STORYMIRROR

pratap nayak

Inspirational

3  

pratap nayak

Inspirational

ପ୍ରଦୂଷଣ

ପ୍ରଦୂଷଣ

1 min
14.2K


ପ୍ରଦୂଷଣର ଚେର ଏଠି ଅନେକ ଲମ୍ବା

ଯେମିତି ଏହାର ପ୍ରସସ୍ଥ ଲମ୍ବ ବ୍ୟାପିଛି

କାହିଁ କେତେ ଦୂର.....

ଅନାଅ ବାହାରକୁ

ପାଇବ ଆଖି ଯୋଉଯାକେ

ଯାହାବି ପଡିବ ନଜରରେ

ସବୁ ଏଠି ପ୍ରଦୂଷିତ ......

ଝାଙ୍କିକି ଅନାଅ ଭିତରକୁ

ଯାହାବି ଅନୁଭବିବ ନିଜ ଭିତରେ

କେହିବି ନୁହଁନ୍ତି ସୁସ୍ଥ

ସବୁ ପ୍ରଦୂଷିତ........

କୁଢ କୁଢ ଆବର୍ଜନା ପରିବେଶ ପୂତିଗନ୍ଧମୟ

ଗଂଗୋତ୍ରିର ଗଙ୍ଗା ପ୍ରଦ୍ୟୁଷିତ

କଳକାରଖାନା ମଳେ.....

ଏକଶତକଡା ଜଳ ବ୍ୟବହାର ଉପଯୋଗୀ ହିସାବରୁ ଯଣାଯାଏ ........

ପବନକୁ କରୁ ଭାରାକ୍ରାନ୍ତ

ଯାନବାହନ ସହିତ ଚମିନିର ଧୁଆଁ....

ରାସାୟନିକ ସାରରେ ମାଟି ପ୍ରଦୂଷିତ.....

ଉତ୍ପାଦିତ ଫସଲ ନୁହେଁ ତ

ସାର ଫଳେ ଧାମ ମୁଗ

ଆଳୁ ବାଇଗଣ ହୋଇ .....

ହରମୋନ ସିଂଚନ ଫଳେ

ଯେପରିକି ଆମ୍ବ ଓ କମଳା

ଫଳିବ ବଢିବ ପୁଣି ପାଚୁ କାର୍ବାଇଟରେ....

ଗଛ କାଟି ସୃଷ୍ଟିକରୁ କଂକ୍ରିଟ ଜଂଗଲ

ପ୍ରଦୂଷିତ ପରିବେଶ

ଭୁମି ଜଳସ୍ଥର କମେ ,ପୁଣି ହୁଏ ଲବଣାକ୍ତ ସିଏ.....

ଏପଟେ ଓଜନ ସ୍ଥର ହ୍ରାସହୋଇ

ଅତିବାଇଗିଣି ରସ୍ମି କରେ ଖ୍ୟତବିଖ୍ୟତ

ମାଛରୁ ମଣିଷ......

ଛାଡି ମାଟି ଚାଳଛପର

ଖ୍ୟଣିକ ସୁଖ ପାଇଁ ମାରୁ ନିଜକୁ ନିଜ ବଂସଜକୁ

ଗରମ ଛାତ ଶୀତଳ ଏସିରେ......

ଫର୍ମାଲିନ ମାଛ ଖାଉ

ହଳଦି ଲଂକା ନାମରେ ରଂଗ....

ଚମକୁ ଖ୍ୟତିକରୁ ପିନ୍ଧି ଟେରିକଟନ୍......

ଉନ୍ମାଦ ନାମରେ ପିଉ ମଦ ,ସାରରେ ରାନ୍ଧିକି...

ଜାଲିକରୁ ଛାତି

ଶେଷରେ ଯାହାର ମରଣ ନାହିଁ ....ପ୍ଲାଷ୍ଟିକ

ଅମର ରାଖ୍ୟସ

ଗ୍ରାସିଲାଣି ଧରା

ପୋତିଦେବ ଅଛି କିଛି ଖ୍ୟଣ ବାକି......

ମୁକ୍ତି କାହିଁ ବାହାରୁ ଭିତର.....

କେତେ ସହିବ ଧରଣୀ !

କେବେ ସଂସ୍କାରିତ ହେବ ମଣିଷ ସମାଜ ?

ଜଂଗଲ ସଫାକରି କଲୁ ହନନ ଜୈବ ବିବିଧତାର

ଲୋପ ହେଲେ ଜୀବଜନ୍ତୁ ଔଷଧୀୟ ଚାରା

ଜଳ ଚକ୍ର ବାୟୁ ଚକ୍ର ରୁତୁ ଚକ୍ରକୁ ବାଧାଦେଇ

ଯନ୍ତ୍ରରେ ନିର୍ଭରକରୁ ଉନ୍ନତିର ଆଳେ......

ନାହିଁ ମୁକ୍ତି ଖାଲି ଧ୍ୱଂସ ଆଉ ଧ୍ୱଂସ.....

କେବଳ ଆମରି ଆମନ୍ତ୍ରଣରେ

ଡାକି ଆଣୁ ପ୍ରଦୂଷଣ ଭୂତ।


ପ୍ରତାପ ନାୟକ

୭୦୦୮୦୫୪୨୮୨


Rate this content
Log in

Similar oriya poem from Inspirational