STORYMIRROR

Kalpana Kumari Pradhan

Inspirational Children

3  

Kalpana Kumari Pradhan

Inspirational Children

ପ୍ରଭୁ ପଦ ତଳେ

ପ୍ରଭୁ ପଦ ତଳେ

1 min
360

କୁନି ମନ ମୋର କରଇ ମିନତୀ

    ଘେନ ହେ ଜଗତ ସାଇଁ ।

ଟିକି ହାତେ ଦିଅ ପ୍ରଭୁ ବଳ

      ରତ ଥାଉ ସଦା ସେବାପାଇଁ ।

ବୃକ୍ଷ ପରି ମୋତେ କରହେ ଇଶ୍ୱର

     ଦେବି ମୁହିଁ ସୁଶୀତଳ ଛାୟା ।

ସଦା ଉତ୍ସର୍ଗୀକୃତ ଜୀବନ ଜଗତ ପାଇଁ

     ଅନ୍ତର ରେ ବହି ଦୟା ।

ସତ ପଥେ ମୋତେ ଚଳାଅ ଠାକୁର

    ଥିବି ସଦା ସତ୍ୟ ମାର୍ଗେ ।

ତ୍ୟାଗରେ ଥାଏ ଯେ ପରମ ଆନନ୍ଦ

    ନଥାଏ ତାହା ତ ଭୋଗେ ।

ତୁମରି ଦାନ ଏ ସୁନ୍ଦର ଜୀବନ

   ଲିପ୍ତ ରହୁ ତୁମ କର୍ମେ ।

ସଭିଙ୍କ ଓଠେ ହସର କାରଣ ହୋଇ

  ଜୀବନ ଧନ୍ୟ ହେବ ମର୍ମେ ।


    


Rate this content
Log in

Similar oriya poem from Inspirational