Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

3  

Panchanan Jena

Inspirational

ପ୍ରଭାତ ପ୍ରଣାମ

ପ୍ରଭାତ ପ୍ରଣାମ

1 min
190



ପ୍ରଭାତ ପ୍ରଣାମ କରବଦ୍ଧ ନମଃ

ଛନ୍ଦା ଚରଣ ତଳେ

ପ୍ରଣତୀ ମୋହର ହେ କଳା ଠାକୁର

ଆଶ୍ରାଦେବ ଭୂଜ ବଳେ 

ପ୍ରଭାତ ପ୍ରଣାମ ।


ଜଗତର ନାଥ ପ୍ରଭୁ ଜଗନ୍ନାଥ

ସଂସାର କରତା ହରି

ଭାବ ବିନୋଦିଆ ଭକତ ସାଙ୍ଗିଆ

ଦୀନବନ୍ଧୁ ଦଇତାରୀ

ଦୟା କରୁଣାର ବାରି 

ବାଣ୍ଟୁଅଛ ସଜୀବ ନିର୍ଜିବ ସକଳେ

ପ୍ରଭାତ ପ୍ରଣାମ ।


ଧନୀ ବି ଡାକୁଛି ଗରିବ ବି ଧ୍ୟାଉଛି

ତୁମକୁ ଜଣା ସେ କଥା

ଭାବରେ ବନ୍ଧା ତୁ ଭକ୍ତିରେ ଛନ୍ଦା ତୁ

ଭକତ ଜନର ବ୍ୟଥା

ଉଦ୍ଧାର କର ହେ ପାପିନୀ ପାତକୀ 

ଘାଣ୍ଟୁଛନ୍ତି ଭବ ଜଳେ 

ପ୍ରଭାତ ପ୍ରଣାମ ।


ଆପଦେ ବିପଦେ ସାହସ ମୋ ସଖା

ଭାବ ବିନୋଦିଆ ବନ୍ଧୁ

ଉରସା ମୋ ରହୁ ସଂପଦର କାଳେ

ଗର୍ବ ଗଞ୍ଜନ ଖଣ୍ଡନ ଇନ୍ଦୁ

ସକଳ ଘଟରେ ବିଭୁ ସତ୍ତା ତୁମ

ଝଲସୁ ଝଙ୍କାରୁ ନଭେ ଜଳେ ସ୍ଥଳେ 

ପ୍ରଭାତ ପ୍ରଣାମ ।


Rate this content
Log in

Similar oriya poem from Inspirational