ପ୍ରଭା
ପ୍ରଭା
ଶୀତଳ ଆନନ୍ଦ
ଉତ୍ସାହରେ ଭରା
ନିଜେ ସୃଷ୍ଟି-ବୃଷ୍ଟି ପ୍ରଭା--
ସ୍ନେହ ବାତ୍ସଲ୍ୟର
କରୁଣା ଦିପଟି
ଧର୍ମ କର୍ମ ପବିତ୍ରତା।
ଶକ୍ତିଟିଏ ନିଜେ
ତୁ ରଥ ଦଉଡି
ସାମର୍ଥକୁ ସଂଗେ ଯୋଡି
ଭାଇ-ଭଉଣୀର
ଲୀଳା ଖେଳାଉଛୁ-
ଘୋଷ ଯାତ୍ରା ନାମେ କହି।
ଏହି ବୋଧେ
ବିଧି ବିଧାନ ଲାଗିଟି
ସଂସାର ରଥକୁ ଧରିଛି ଯୋଡି।
