STORYMIRROR

Panchanan Jena

Romance

4  

Panchanan Jena

Romance

ପ୍ରବେଶ ଦ୍ଵାର

ପ୍ରବେଶ ଦ୍ଵାର

1 min
6


 ଓଠରେ ନ କହି 

ଆଖିରେ ଇଶାରା

ପଢି ପାରିଲେ ମିଳିବ

ପ୍ରେମ ପାଉଣା ବୁରା ବୁରା


ପାଟି ବି ନ ଖୋଲି

ଠରା ଠୁରିରେ ପଶରା

ବୁଝି ପାରିଲେ ପାଇବ

ସ୍ନେହ ଗଣ୍ଠିଲି ଆଞ୍ଜୁଳା ଭରା


ଗୀତ ବି ନ ଗାଇ

ଗୁଣୁଗୁଣୁ ଶୁଣୁଶୁଣୁ ଧାରା

ତାଳ ଲୟ ଜାଣିଲେ ପାଇବ

ଭଲ ପାଇବା ଗହୁଣି ଗହୁଣି ପୂରା


କଥା କଥାରେ ମୃଦୁ ହସ

ଆଖି ମିଶିଗଲେ ତଳକୁ ଦୃଷ୍ଟି ପ୍ରସାର

ଧରି ପାରିଲେ ପାଇବ

ପ୍ରଥମ ପ୍ରେମର ଅନନ୍ତ ପାରାବାର


ଛୁଇଁଦେଲେ କରେଣ୍ଟ ଲାଗିଗଲା ଯେମିତି

ଅନ୍ୟ ପଛରେ ଲୁଚି କଣେଇ ବଣେଇ ନଜର

ବୁଝି ପାରିଲେ ମିଳିବ

ଅଥଳ ଥଳ ପ୍ରେମ ମନ୍ଦିର ପ୍ରବେଶ ଦ୍ଵାର


ପ୍ରଗଳଦ୍ଭା କଳକଳ ନାଦିନୀ କଳିକା

ଆଗରେ ପଡିଗଲେ ପୂରା ସୁଧାର କୁମାରୀ

ହାତ ମିଶେଇଲେ ମିଳିବ

ଅମୃତ ଭାଣ୍ଡରୁ କେଇ ବୁନ୍ଦା ପ୍ରୀତି ପିଯୁଷ ଖୀରୀ


Rate this content
Log in

Similar oriya poem from Romance