STORYMIRROR

Sarada Parida

Inspirational

2  

Sarada Parida

Inspirational

ପ୍ରବାସ

ପ୍ରବାସ

1 min
14K


ପ୍ରବାସିଆର ଠିକଣା କାହିଁ

ବିପଦେ ସମ୍ପଦେ ଆପଣା ନାହିଁ

ମୁକ୍ତ ପବନ ମୁକ୍ତ ନୁହେଁ

ନିଶ୍ୱାସ ନେବାକୁ ବିଶ୍ୱାସ ନୁହଁ

ପ୍ରବାସ ବିହଙ୍ଗ ପ୍ରବାସୁ ଯାଏ

ଆପଣା ସଂସାର ସ୍ଵଦେଶେ ପାଏ

ପ୍ରବାସ ନୁହଁଇ ନିଜ ଆୟତ୍ତ

ପେଟ ଚାଖଣ୍ଡକ କଢାଏ ବାଟ

ପ୍ରବାସ ଠାରୁ ଦୁଃଖ ନାହିଁ

ପରିତୋଷ ଠାରୁ ସୁଖ ନାହିଁ

ସାଗର ଠାରୁ ଦୁଖୀ ସିଏ

ହସିବା କାନ୍ଦିବା ସମାନ ଯାଏ

ପ୍ରବାସ ଜୀବନ ଯମ କଷଣ

ଆୟୁଷ ନିଅଣ୍ଟ ପର ଶରଣ

ଗମାରୁ ହୃଦୟ ଘୁମୁରି କାନ୍ଦେ

ଆୟୁଷ ନିଗାଡ଼ି ପେଟକୁ ବାନ୍ଧେ

ଯିଏ ଯେଉଁଠିଁ ଥାଅ

ସ୍ଵଦେଶ ମହକ ପାଅ

ପର ଦେଶେ ପଛେ

ପାରିତୋଷିକରେ

ପରିତୋଷ କରୁଥାଅ

ଜନମନ ମୋହୁ ଥାଅ

ଆପଣା ଆଚାରେ ଆପଣା ବିଚାର

ସ୍ଵଦେଶ ଗୁଣ ଗାଅ

©ଶାରଦା ପ୍ରସାଦ ପରିଡ଼ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational