Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shakti Prasad Das

Inspirational

4  

Shakti Prasad Das

Inspirational

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ

1 min
291



ନୁହେଁ ବନ୍ଧୁ, ନୁହେଁ ବିଜୁ ମୃତ

          ଅର୍ବାଚୀନ କଳିଂଗର ପ୍ରଗତିର

                          ଯେହୁ ଅଗ୍ରଦୂତ ।


ତେବେ ଏହି ଶ୍ରାଦ୍ଧ କାହା ପାଇଁ?

          ଶ୍ରାଦ୍ଧ ନୁହେଁ ଶ୍ରଦ୍ଧା ବୋଧେ ଏହା,

                     କଳିଂଗର ମହାରଥୀ ପାଇଁ ।


ଶାଳପ୍ରାଂଶୁ ବ୍ୟକ୍ତିତ୍ବ କି କେବେ

           ମୃତ୍ୟୁ ଦ୍ବାରା ହୁଏ କବଳିତ

ପୁଷ୍ପମାଳା ଆଘାତରେ କି ରେ

           ଧରାଶାୟୀ ହୁଏ ଐରାବତ ।


ଝଡର ଇଗଲ୍ କି କେବେ

               ଝଡ ଠାରୁ ଲଭେ ପରାଭବ

ନନ୍ଦିଘୋଷ ଜାତିର ଯେ ବାହେ

               ତା’ର କେବେ ହୁଏ କି ବିୟୋଗ ।


ବିଶ୍ରମିଛି ବୀର ବାରେ

           ଅବିଶ୍ରାନ୍ତ ଘନ ଘଟା ପରେ

ସଂଗ୍ରାମର, ଉଠିବ ସେ

           ଚକ୍ଷୁ ମଳି କିଛି କ୍ଷଣ ପରେ ।


ଉଠି ପାରେ ନିଦ୍ରା ତେଜି ସେହି

           ନିଜ ସୁଖେ ନୂତନ ରୂପରେ,

ମରଣ କି ଅଛି କେବେ ମୃତ୍ୟୁଜୟୀ

               ପୁରୁଷର କପାଳ ଲେଖରେ ।


ବୀରପ୍ରସୂ ଉତ୍କଳ ଜନନୀ

           ପ୍ରସବିଲା ଯେ ବୀର ସନ୍ତାନ,

ଦେହ ତାଙ୍କ ମିଶିଛି ମାଟିରେ

           ଯଶୋ ଦେହେ ସର୍ବେ ଆୟୁଷ୍ମାନ ।


ବୀର ରକ୍ତେ ଉର୍ବର ଏ ମାଟି

           ଉପୁଜାଏ ନୂତନ ଫସଲ,

ସେହି ବୀରେ ଜନମନ୍ତି ପୁଣି

           ଘଟ ପରିବର୍ତ୍ତନ କେବଳ ।


ସେହି ନ୍ୟାୟେ ହୋଇ ପାରେ ବିଜୁ

           ମହାରାଜ ଖାରବେଳ ଐର,

ଅବା ସେହି ବକ୍ସି ଜଗବନ୍ଧୁ

           କିମ୍ବା ପୁଣି ଜୟୀ ରାଜଗୁର ।


ଅବା ପୁଣି ହୋଇପାରେ ସିଏ

           କାଂଚିଜୟୀ ପୁରୁଷ-ଉତ୍ତମ,

କିମ୍ବା ପୁଣି ବାମଣ୍ଡାର ରାଜା

           ବାସୁଦେବ ସୁଢଳ ତା ନାମ ।


ତେବେ ଏହି ଯଶସ୍ବୀ ପୁରୁଷ

           ମୃତ୍ୟୁ ମୁଖେ ପଡି ପାରେ କି ରେ

ମୃତ୍ୟୁର ବା ଏତେ ଶକ୍ତି କାହିଁ

           ପୋଛିବାକୁ ଅଲିଭା ସ୍ବାକ୍ଷରେ ।


ଶ୍ରାଦ୍ଧ ସିନା କରନ୍ତି ମାନବେ

ସାଧାରଣ ମଣିଷର ପାଇଁ 

ମୃତ୍ୟୁପରେ ରଖିବାକୁ ମନେ,

           ସ୍ମୃତି ତା’ର ନ ଦେଇ ହଜାଇ ।


ଶାଳପ୍ରାଂଶୁ ଉତ୍ତୁଂଗ ବ୍ୟକ୍ତିତ୍ବ

           ଭିଡ ମଧ୍ୟେ ପାରେ କି ରେ ହଜି,

ହଜି ପାରେ ମହାଦୃମ କି ରେ

           ତୃଣ ଭୂମି ମଧ୍ୟେ ଯଦି ଖୋଜି ।


ମୃତ୍ତିକାର ମୂର୍ତ୍ତିକାର ଯିଏ

           ମାଟି ତାକୁ କରେ କି ରେ କ୍ଷୟ

ମୁକୁଳିତ ମୃତ୍ୟୁହୀନ ପ୍ରାଣ

           କାଳ ଗର୍ଭେ ହୁଏ କି ବିଲୟ ।


ଧରଣୀର କୃଷ୍ଣସାର ମୃଗ

           ଧରଣୀରେ ଲଭିଛି ବିଶ୍ରାମ,

କଳିଂଗର ମହାରଥୀ ବାରେ

           ଯୁଦ୍ଧପରେ ନେଉଛି ବିରାମ ।


ଆଜିର ଏ ଶ୍ରାଦ୍ଧ ବାର୍ଷିକୀରେ

           ଏହା ଅଟେ ଅନୁରୋଧ ଆମ,

ପୁନର୍ବାର ଜାଗିଉଠ ହେ ତୁଂଗପୁରୁଷ,

           ସାରିବାକୁ ଅଧାଗଢା କାମ ।


Rate this content
Log in

Similar oriya poem from Inspirational