STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
274


ପ୍ରାୟଶ୍ଚିତ କରି ପାପରୁ କେବେବି

ମୁକତି ମିଳଇ କାହିଁ

ପ୍ରାୟଶ୍ଚିତ ଏକ ମନବୁଝା କର୍ମ

ପାପ ପାଇଁ ମୁକ୍ତି ନାହିଁ ।।


ବୃନ୍ଦାବତୀ ସତୀ ଅଭିଶାପ ପାଇଁ

ବିଷ୍ଣୁ ହୋଇଲେ ପଥର

ଗୁଣ୍ଡୁକି କିଟର ଦଂଶନ ସହିଣ

ଭୋଗନ୍ତି ଦୁଃଖ ଅପାର ।।


ମିଥ୍ୟା କହିବାର ପାପେ ଯୁଧିଷ୍ଠିର

ନରକ ଦ୍ଵାର ଦର୍ଶନ

ଯେତେ ପ୍ରାୟଶ୍ଚିତ କଲେ ବିତ ପାପ

ହୁଅଇ ନାହିଁ ଖଣ୍ଡନ ।।


ରାଜା ପରିକ୍ଷିତ ଋଷି ଙ୍କ ଗଳାରେ

ମୃତ ସର୍ପ ମାଳା ଦେଇ

ପ୍ରାୟଶ୍ଚିତ ଅର୍ଥେ ସୁକଦେବ ମୁନି

ଭାଗବତ କଥା କହି ।।


ତଥାପି ତ ମୁନି ମୁଖ ଅଭିଶାପ

ଅକାଟ୍ୟ ବଚନ ପରି

ମୃତ୍ୟୁଭୟ ସିନା କଟିଗଲା ପାପ

ଫଳତ ଭୋଗିଲେ ସେହି ।।


ଏପରି ଅନେକ କାହାଣୀ ବର୍ଣ୍ଣନା

ପୋଥି ପୁରାଣ ସ୍ଥାନିତ

କେତେକାଂଶେ ପାପ କ୍ଷୟ ହୋଇଥାଏ

କରିଦେଲେ ପ୍ରାୟଶ୍ଚିତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics