STORYMIRROR

Dipti lekha Mishra

Abstract Tragedy Others

3  

Dipti lekha Mishra

Abstract Tragedy Others

ପ୍ରାୟଶ୍ଚିତ କରିବି ଏଥର

ପ୍ରାୟଶ୍ଚିତ କରିବି ଏଥର

1 min
185

ମୁଁ ଆଉ ଆଗଭଳି ନୁହଁ

ତୁମ କୁ ଦେଖିଲେ ଆଉ ରାଗ ଆସେନି

ତୁମର ପ୍ରତିଶୋଧ ବି ଆଉ ଆସେନି

ହେଲେ ମୁଁ ବଦଳିଗଲି ବୋଲି

ତୁମେ ଏ ଯାଏଁ ବିଶ୍ବାସ କରିଲନି

ବାସ ଏତିକି ଦୁଃଖ ରହିଗଲା॥


ଏ ଜୀବନ ର ଅର୍ଥ ବୁଝିଗଲିଣି

ଆଉ ତୁମଠାରୁ କିଛି ପାଈବା ଆଶା ନାହିଁ

କାହାକୁ କିଛି ଦେବା ପାଇଁ ଅର୍ଥ ନାହିଁ

କି ଲଢିବା ପାଇଁ ସାହାସ ବି ନାହିଁ

ତଥାପି ତୁମେ ବୁଝିପାରିଲନି

ବାସ ଏତିକି ଦୁଃଖ ରହିଗଲା॥


ପ୍ରାୟଶ୍ଚିତର ନିଆଁରେ ମୁଁ ଜର୍ଜରିତ

ନା ମୁଁ ଜଳିପାରୁଛି ସେ ନିଆଁରେ

ନା ଲିଭାଇପାରୁଛି ସେ ନିଆଁକୁ

ଖାଲି ଯାହା ଛଟପଟ ହୋଇ ମରୁଛି

ଜିଇଁ ଥାଉ ଥାଉ ଜୀବନ ଯାଉଛି

ତଥାପି ତୁମେବୁଝିପାରିଲନି

ବାସ ଏତିକି ଦୁଃଖ ରହିଗଲା॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract