STORYMIRROR

କଳ୍ପନା ରାୟ

Drama Action Others

3  

କଳ୍ପନା ରାୟ

Drama Action Others

ପ୍ରାତଃ ଦର୍ଶନ

ପ୍ରାତଃ ଦର୍ଶନ

1 min
285


ରାତି ଯାଉଛି ଦେଖ ହୋଇ ରତ ରତ

ସୁପ୍ରଭାତ ନିଶ୍ଚେ ଆସିବ ତୁରିତ

ପକ୍ଷୀ କାକଳିରେ ପୁରିଵ ଧରାତ

ସୁନେଲି କିରଣେ ରବି ହେବେ ପ୍ରକାଶିତ

ଚଳଚଞ୍ଚଳ ହୋଇ ଉଠିବ ପୁରତ ।


ରାତି ରାକ୍ଷସକୁ ସୂର୍ଯ୍ୟ ବିଦା କରି

ସୁଦିନ ଆସିବ ଆଣି ଵିଭାବରୀ

ନୂତନ ଭାବନା ଆସିବ ସଞ୍ଚରୀ

ନୂଆ ଉନ୍ମାଦନା ମନେ ଯିବ ପୁରୀ

ପ୍ରାତଃଦର୍ଶନ ହେଉ ଚିତ୍ତେ ହରି ସ୍ମରି ।


ଉତ୍ତପ୍ତ ବହ୍ନିକାରରେ ସୁନେଲି କିରଣ

ପଡ଼ିଯିବ ଯେହ୍ନେ କରୁଛି ସେ ରଣ

ଵସିଵେନି ଆଉ ବୃଦ୍ଧ ଶିଶୁଗଣ

ଲାଗିଯିବ ଵଧୂ ବିକଶିବାକୁ ଗୁଣ

ଯୁଗଯୁଗର ଆଶା ହୋଇବ ପୂରଣ।


ଜହ୍ନ ଲୁଚୁଥିଵ ପଶ୍ଚିମାକାଶରେ

ଲାଗୁଥିବ ଗହଳି ଗାଁ ସହରରେ

ପାଟି ଶୁଭୁଥିବ ଅଙ୍ଗନବାଡ଼ିରେ

ମଥା ନୋଉଁଥାଉ ପିତାମାତାଙ୍କୁରେ

ଧାର୍ମିକ ଭାବନା ମନ ଆଙ୍କୁଵାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Drama