STORYMIRROR

Raja Sekhar CH V

Abstract Romance

2  

Raja Sekhar CH V

Abstract Romance

ପ୍ରାରମ୍ଭିକ ପ୍ରଣୟ

ପ୍ରାରମ୍ଭିକ ପ୍ରଣୟ

1 min
107

ଏହି ଅମୁଲ୍ୟ ଜୀବନର କେତେ ଯେ ଅଧ୍ୟାୟ,

ପ୍ରଥମ ଯୌବନ ଏକ ପ୍ରତୀକ୍ଷଣୀୟ ପର୍ଯ୍ୟାୟ,

ଅବିସ୍ମରଣୀୟ ହୋଇ ରୁହେ ପ୍ରାରମ୍ଭିକ ପ୍ରଣୟ,

ସଚେତନ ହେଲେ ହୃଦୟ ହୋଇ ଯାଏ ତନ୍ମୟ


ପ୍ରଣୟିନୀଙ୍କର ଦର୍ଶନରୁ ମନକୁ ମିଳେ ନୂଆ ଭାବ,

ଚିତ୍ତଚାଞ୍ଚଲ୍ୟର ସୃଜନ ହେଲା ଅନୁରାଗର ସ୍ୱଭାବ,

କେମିତି ଜଣାଇବି ପ୍ରେମିକାଙ୍କୁ ମୋର ମନୋଭାବ,

ଏହି ଅଭିନବ ଅନୁଭବର କେମିତି ପାଇବି ଜବାବ


ଭାବବିଭୋର ମାନସ ହୋଇ ସାରିଛି ଚିନ୍ତାଗ୍ରସ୍ତ,

ଦୈନିକ କାର୍ଯ୍ୟ ଯେ ହେଲେଣି ଏବେ ଅସ୍ତବ୍ୟସ୍ତ,

ପ୍ରେମର ପ୍ରତ୍ୟାଖ୍ୟାନରୁ ହୋଇ ଯିବି ମୁଁ କ୍ଷତିଗ୍ରସ୍ତ,

ଅନାମିକାର ଅଙ୍ଗୀକାର ରୁ ହୋଇ ପାରିବି ଆଶ୍ୱସ୍ତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract