Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ

1 min
206



ପ୍ରାଣୀଙ୍କ ଆରତ  ଦୁଃଖ ଅପ୍ରମିତ

   ବେଳୁବେଳ ଯାଏ ବଢି

ସନ୍ତାନ ଅନଳେ ବଢେ ପ୍ରଦୂଷଣ

  ରୋଗ ଦୁଃଖ ମହାମାରୀ ।

ସବୁଜ ସୁନ୍ଦର ପ୍ରକୃତି କୂପିତ

  ନଷ୍ଟ ଭ୍ରଷ୍ଟ ଛାରଖାର

ବଢେ ଅବିଶ୍ୱାସ ହିଂସା ଦ୍ୱେଷ କ୍ଳେଶ

   ଉଜୁଡେ ସୁନା ସଂସାର ।

ଜନମ ହୁଅନ୍ତି ପୁତ୍ର କୁଳାଙ୍ଗାର

   ଅସୁର ବର୍ଣ୍ଣ ଶଙ୍କର

ବିଚ୍ୟୁତ ଚରିତ୍ର ସତୀତ୍ଵ ଧରମୁ

  ବଢେ ନୀଚ୍ଚ ବ୍ୟଭିଚାର ।

ଆଦର୍ଶ ଜୀବନ ସତ୍ୟ ଧର୍ମ ନିଷ୍ଠା

  ପୁଣ୍ୟ କାର୍ଯ୍ୟେ ଥିଲେ ମତି

ହୁଅଇ ମଙ୍ଗଳ ସମାଜ କଲ୍ୟାଣ

   ଗୃହ ପରିବାରେ ଶାନ୍ତି ।

ନୀତି ଓ ଶୃଙ୍ଖଳା ଆଇନ ସୁରକ୍ଷା

   ସୁସଂସ୍କାର ସୁକର୍ତ୍ତବ୍ୟ

ହେଉ ଆମ ଲକ୍ଷ୍ୟ ବୃହତ୍ତର ସ୍ୱ।ର୍ଥ

   ସୃଷ୍ଟି ମଙ୍ଗଳ ବିଧାନ ।


 


Rate this content
Log in

Similar oriya poem from Tragedy