STORYMIRROR

Sunanda Mohanty

Abstract Drama Action

3  

Sunanda Mohanty

Abstract Drama Action

ପରାହତ କରିବାକୁ ହେବା ଜାଗ୍ରତ

ପରାହତ କରିବାକୁ ହେବା ଜାଗ୍ରତ

1 min
28


ଦାରିଦ୍ର୍ୟର କରାଘାତ 

ସମାଜର ମୁଖ୍ୟସ୍ରୋତ 

ବେକାରୀର ମୁକ୍ତିପଥ 

ପ୍ରେମରେ ବିକାରଗ୍ରସ୍ତ 

ଡ୍ରଗସରେ କି କେବେ ପରାସ୍ତ 

ଧନୀମାନଙ୍କର ଧନ ଅପଯ୍ୟାପ୍ତ 

ଶାନ୍ତି କାହିଁକି ବ୍ୟାଘାତ 

ଡ୍ରଗସ କବଳିତ ପୁତ୍ର 

ଝିଅ ମାନୁନି ଜାତି ଗୋତ୍ର 

ଏତେ ସାରାର ସମାଧାନ ସୂତ୍ର 

ଡ୍ରଗ୍ସ କେବଳ ନୁହେଁ ବିକଳ୍ପ ମାତ୍ର 

ଟିକେ ସ୍ନେହ ବୋଉର ପଣତ 

ବାପାଙ୍କ ଟିକେ ଆକଟ ଇଂଗିତ 

ପୁଣି ଆଣିଦେବ ଜୀବନ ଅମୃତ 

ଡ୍ରଗ୍ସ ଏକ କଳଙ୍କିତ ଜୀବନର ପୃଷ୍ଠାଏ ମାତ୍ର 

ପ୍ରେମିକାର ପ୍ରତିଶ୍ରୁତି କରାଏ ଜାଗ୍ରତ 

ସ୍ତ୍ରୀର ଭୂମିକା ପ୍ରଶଂସାର ପାତ୍ର 

ଭାଇ ଭଉଣୀ ବନ୍ଧୁ ବାନ୍ଧବ ହୋଇ ଏକତ୍ରିତ 

ଡ୍ରଗ୍ସକୁ କାଟି କୁଟି ଫୋପାଡି ପ୍ରସାରି ହସ୍ତ 

ଠିକଣା ଜବାବ ଦିଅ ପରସ୍ତ ପରସ୍ତ 

ସୁନ୍ଦର ପୃଥିବୀରେ ଅଛି ଦୃଶ୍ୟ ଅନେଶତ 

ହନୁମାନଙ୍କ ପରି ଭକ୍ତ

ଶ୍ରୀରାମଙ୍କ ପରି ପୁତ୍ର 

ଶିବଙ୍କ ପରି ବନ୍ଧୁତ୍ୱ 

ଡ୍ରଗ୍ସ ହେବ ବିଷରୁ ଅମୃତ 

ପୁରୁଷ କର୍ମଠ ନୋହି ଆସକ୍ତ 

ସ୍ତ୍ରୀ ପ୍ରସାରି କର୍ତ୍ତବ୍ୟ ଦାଇତ୍ୱ 

କରିପାରେ ସମାଜକୁ କଳଙ୍କ ମୁକ୍ତ

ସବୁଠାରୁ ବଡ଼କଥା ଅଳ୍ପେ ବହୁତେ ଆଦୃତ ।


Rate this content
Log in

Similar oriya poem from Abstract