STORYMIRROR

Debadatta Jena

Romance Inspirational

3  

Debadatta Jena

Romance Inspirational

ପୋଷ୍ଟକାର୍ଡ

ପୋଷ୍ଟକାର୍ଡ

1 min
354

ପ୍ରେୟସୀ ପ୍ରିୟତମା..!

ଅନ୍ତରରୁ ଶୁଭେଚ୍ଛା 

ତୁମ ଜାଣିବାରେ ହେଇପାରେ ଅଜ୍ଞାତ ମୁଁ...

ଠିକଣା ଵି ଅଜଣା..!

ନୁହେଁ ମୁଁ ଅସ୍ମିତ ଅବା, ନୁହେଁ ମୁଁ ଅଶୁଣା..!

ଖୁବ୍ ନିଜର ଲାଗୁଛ ବୋଲିତ,ଏଇ ମୋ ପ୍ରୟାସ,

କେମିତି କହିବି ସତେ, ତୁମେ ମୋ ଅସ୍ତିତ୍ୱ !

ନୁହେଁ ମୁଁ କଳ୍ପନା ଭିନ୍ନ, ତୁମେ ମୋ ଶୂନ୍ୟତା !

ଅସମ୍ପୂର୍ଣ୍ଣ ତୁମ ବିନା, ଏହା ନିରାଟ ଭିନ୍ନତା..!

ଏତେ ଵି ନିଜର ତୁମେ ନିଜଠୁଁ ଵି ନିଆରା..

କେମିତି କରିବି ପ୍ରକାଶ ମୁଁ, ତୁମେ ନିଜଠୁଁ ଵି ଅଧିକା..!

କାହିଁକି କେଜାଣି ତୁମେ ଲାଗ ଖୁବ୍ ଆପଣାର,

ମୁଁ ମୋ ହୃଦୟର ଶୂନ୍ୟସ୍ଥାନ, ତୁମେ ମୋ ଅଭିପ୍ରାୟ,

ତୁମେ ମୋ ଆତ୍ମସତ୍ତା ପୁଣି, ତୁମେ ଅନ୍ତରାତ୍ମା,

ତୁମେ ମୋ ଆସ୍ଥା,ବିଶ୍ୱାସ ପୁଣି,ନିଜଠୁଁ ଵି ଅଧିକା !

ତୁମେ ମୋ ଜୀବନ ସୃଷ୍ଟି ସମ୍ଭାର,ତୁମେ ସମ୍ଭାବନା,

ଯେତେ ଶବ୍ଦ ପ୍ରତିଶବ୍ଦ ଯୋଡ଼େ,ତୁମେ ସେ ଶବ୍ଦ ନାୟିକା !

ତୁମ ବିନା କବିତା ମୋ,ଅସ୍ପଷ୍ଟ ଯେତେ ଅନାବନା,

କବିତା ନୁହେଁ ଖାଲି ସେ ତ, ଅଜସ୍ର ଯନ୍ତ୍ରଣା !

ହଁ ଲେଖୁଛି ଲେଖିବି ଯେତେ,ତୁମେ ମୋ ସାରାଂଶ,

ତୁମ ବିନା କବିତା ମୋ, ଆରକ୍ତ ଦ୍ରାଘିମା..!

ହଁ,ତୁମେ ମୋ ପ୍ରେରଣା ପୁଣି ପ୍ରେୟସୀ ପ୍ରିୟତମା,

କହିବ ନିଶ୍ଚୟ ତୁମେ ମୋ ସମ୍ଭାବନା ଅବା ପ୍ରତାରଣା..!

ବୁଝି ନେବ ତୁମେ,ଏଇ ମୋ ଅନ୍ତରର ଅଭ୍ୟର୍ଥନା,

ଉତ୍ତର ଅପେକ୍ଷାରେ ମୁଁ,ଏଇ ମୋ ପ୍ରସ୍ତାବନା..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance