STORYMIRROR

Dharitri Das

Tragedy

3  

Dharitri Das

Tragedy

ପୋଷା କୁକୁର

ପୋଷା କୁକୁର

1 min
189

ଆହା କି ଯୁଗ ହେଲା ଭାଇ ଦେଖ

ପିତାମାତାଙ୍କୁ କରିଣ ନିରେଖ।

ପୋଷନ୍ତି ଏଠି ବିଲାତି କୁକୁର

କୁଢ଼ କୁଢ଼ ମାଂସ ଦେଇ ଅଧାର।

ପିତାମାତା ପାନ ଖଣ୍ଡେ ମାଗିଲେ

ବଦଭ୍ୟାସ ଛାଡିଦିଅ ବୋଇଲେ।

ଏତେ ଖର୍ଚ୍ଚପାଇଁ ପଇସା କାହିଁ

ଛାଡି ଦେଲେ କଣ ଚଳିବ ନାହିଁ।

ଆହା କି ଯୁଗ ହେଲା ଭାଇ ଦେଖ

ପିତାମାତାଙ୍କୁ କରିଣ ନିରେଖ।

କେତେ ଯତନେ କୁକୁରକୁ ନେଇ

ଗାଧୋଇ ଦ୍ୟନ୍ତି ସାବୁନ ଲଗାଇ।

ମାଆ ମାଗିଗଲେ ସର୍ଫ ଟିକିଏ

ବୋହୁ କହେ କ'ଣ କରୁଛି ସିଏ।

ବସି ବସି ଏତେ ମଇଳା କାହୁଁ

ଆସୁଅଛି ଦେଖ ତାଙ୍କର ଦେହୁ।

ଆହା କି ଯୁଗ ହେଲା ଭାଇ ଦେଖ

ପିତାମାତାଙ୍କୁ କରିଣ ନିରେଖ।

କୁକୁର ଖାଉଛି ଓମ୍ଫେଡ଼ କ୍ଷୀର

ପିତାମାତା ପାଉ ନାହାଁନ୍ତି ନୀର।

ସତରେ ଆମ ସମାଜେ କୁକୁର

କେଡେ ଭାଗ୍ୟବାନ ପାଏ ଆଦର।

ପିତାମାତାଙ୍କୁ କରି ଅନାଦର

ପାଳନ୍ତି ବିଲାତୁ ଆଣି କୁକୁର।

ଆହା କି ଯୁଗ ହେଲା ଭାଇ ଦେଖ

ପିତାମାତାଙ୍କୁ କରିଣ ନିରେଖ।

ପିତାମାତାଙ୍କୁ କରିଣ ନିରେଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy