STORYMIRROR

Rakesh Sahoo

Inspirational

2  

Rakesh Sahoo

Inspirational

ପୋଲିସ ବନ୍ଧୁ

ପୋଲିସ ବନ୍ଧୁ

1 min
13.6K


ତୁମକୁ ଦେଖିଲେ ଲାଗଇ ଡର

ଖାକି ପୋଷାକକୁ ଦୂରୁ ଜୁହାର ।।

ଭୟ ଲାଗେ ତାଙ୍କୁ ଏଇଥି ପାଇଁ

କାଳେ ଲାଞ୍ଚୁଆ ପୋଲିସ୍ ହୋଇଥିବଇଁ ।।

ଜିରାରୁ ସିରା କାଢି ଦିଅନ୍ତି

ନବୁଝି ନଶୁଝି ଦଣ୍ଡ ଦିଅନ୍ତି ।।

ମନରୁ ସଂଶୟ ହେଲା ଯେ ଦୂର

ଦେଖିଲି ଯେବେ ନିସ୍ୱାର୍ଥ ସେବା ତାଙ୍କର ।।

ସତରେ ତୁମେ ଜଣେ ନିଆରା ବନ୍ଧୁ

ତୁମ ପାଖେ ବି ଅଟ କରୁଣାର ସିନ୍ଧୁ ।।

ଅସହାୟକୁ କରିନିଅ ନିଜର

ସେଥିପାଇଁ ଲାଗ ତୁମେ ବି ଆପଣାର ।।

ରଖିବ ମୋର ଏକ ଅନୁରୋଧ

ଅନ୍ୟାୟକୁ ସଦା କରିବ ବିରୋଧ ।।

ଧନୀ ଗରିବଙ୍କୁ ଦେଖିବ ସମାନ

ବଢିବ ତୁମର ଆହୁରି ମାନ ।।

ମଣିଷ ପଣିଆକୁ ଦେବନି ବିକି

ଦଣ୍ଡ ଦେଉଥିବ ବିଚାର କରିକି ।।

ସାଜିବ ତୁମେ ନିର୍ଦୋଷର ବଳ

ଦୁର୍ନୀତିର ତୁମେ ହୁଅ ଯେ କାଳ ।।

ତୁମ ପାଇଁ ରହୁ ଜାତିର ମାନ

ଲୋକଙ୍କ ମନରେ ପାଅ ଯେ ସ୍ଥାନ ।।

ଆଜି ଜଣେ ପୋଲିସ୍ ବାବୁଙ୍କୁ ଜଣେ ନିଃସହାୟକୁ ସାହାଯ୍ୟ କରୁଥିବାର ଦେଖି ଦୁଇ ପଦ ଲେଖିବାକୁ ଇଛା ହେଲା ।

ରାକେଶ ସାହୁ


Rate this content
Log in

Similar oriya poem from Inspirational