STORYMIRROR

Prafulla Das

Classics

4  

Prafulla Das

Classics

ପୋଡ଼ା ମାଟି ର ବିଳାପ

ପୋଡ଼ା ମାଟି ର ବିଳାପ

1 min
273


ସେଦିନ ସମୁଦ୍ର ମନ୍ଥନରୁ କଣ ମିଳିଲା କେଜାଣି

ଆଜିଯାଏ ଦେଵ ଦାନଵର କଳି

କିନ୍ତୁ ଏମାନଙ୍କୁ ମାଟି ମନ୍ଥନରୁ

ମିଳେ ଅମୃତର ଫଳ

ଟୋକେଇ ଟୋକେଇ ଲକ୍ଷ୍ମୀ

ମାଟି ଦିନରେ ଦାନା ଦିଏ

ରାତିରେ କାନରେ କଥା କୁହେ

କଞ୍ଚା ମାଟିର ଵିଛଣା ରେ ମା' ର ବାସ୍ନା

ମାଟି ପିଣ୍ଡୁଳା ଜୀବନ୍ୟାସ ପାଏ

ମାଟି ସହ ଘାଣ୍ଟି ହୋଇ ସରିଯାଏ ଖେଳ ।


ସେମାନେ, 

ପୋଡ଼ା ମାଟିର ଚ୍ରୌହଦୀରେ

ଅହମିକାର ପୁଟି ଵୋଳି ଛଳନାର ରଂଗ ମଖା

ନଭଶ୍ଚୁମ୍ବୀ ଦାମ୍ଭିକତାର ଵେଷ୍ଟନୀରେ

ନ ଥାଏ ଯତୁଗୃହ ର ଭୟ

ଭସ୍ମୀଭୂତ ସ୍ବର୍ଣ୍ଣ ଲଙ୍କା ର ଆଶଙ୍କା ।


ଵେଳେଵେଳେ ପୋଡ଼ା ମାଟି

ଵିଳାପ କରେ

ଅଦୂର ରେ ଶୁଭୁଥାଏ କଞ୍ଚା ମାଟିର ବିଦ୍ରୃପ

ସେତେବେଳେ କୁ

ପାଦ ତଳୁ ମାଟି ଖସି ଖସି ଯାଉଥାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics