STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ପଞ୍ଚସଖା

ପଞ୍ଚସଖା

1 min
364

ଜୀବନ ଓ ବ୍ୟବସ୍ଥା ସହ ଲଢ଼ି ଲଢ଼ି 

ପଞ୍ଚସଖା ଗଲେ ଦେଇ ପିଢ଼ି ପରେ ପିଢ଼ି 

ନାରୀଶିକ୍ଷା ସେବା ମନୋଭାବ ଦେଇ ଗଢି 

ଶିକ୍ଷା ଓ ଶିକ୍ଷକ ଦୁଇ ଶିଡ଼ି 

ଜୀବନର ମାନଦଣ୍ଡ ଯିବ ପଡି 

ବକୁଳବନ ଭିତରେ ବନ ବିଦ୍ୟାଳୟ 

ନୀତି ଆଦର୍ଶ ଭିତରେ ବଢ଼ି ଗଲେ ଗଢି 

ଗୋପବନ୍ଧୁ ଦେଶବନ୍ଧୁ ମାନନ୍ତି 

ଯୁଗ ପରେ ଯୁଗ ଯେତେ ଯାଉ ବଢ଼ି 

କାରାକବିତା ଆଜି ବି ଝଙ୍କୃତ କରେ ପିଢ଼ି 

ନୀଳକଣ୍ଠ ମହୋଦୟଙ୍କ ନୈତିକତା ଶିଡ଼ି 

ଆଜି ବି ଫୁଟେ ଉନ୍ମାଦନା କଢ଼ି

ଗୋଦାବରୀଶ ମହାଶୟଙ୍କ ଅବଦାନ ପେଡି 

ଏବେ ବି ଉତ୍କଳୀୟ ସମୃଦ୍ଧି କଉଡ଼ି 

ଉତ୍କଳମଣି ଫିଟାଇଲେ ଅଜ୍ଞତାର କଡ଼ି 

ପରାକ୍ରମୀ ଦୁଃସାହସୀ ଜାଗୃତି ମଉଡମଣି 

ପରଶମଣି ପଞ୍ଚସଖା ପିନ୍ଧିଲେ ନେତୃତ୍ୱ ପଗଡି

କୃପାସିନ୍ଧୁ ହସ୍ତେ ଧରି ଶିକ୍ଷାରଥର ଦଉଡି 

ଆଚାର୍ଯ୍ୟହରିହର ଖେଳିଲେ ସେବା ବାଗୁଡ଼ି

ପଞ୍ଚସଖା ସତ୍ୟବାଦୀର ସମୃଦ୍ଧି ସଙ୍ଖାଳି 

ଦେଇ କରତାଳି ହୁଳହୁଳି ସଙ୍ଖୋଳି 

ଆଦର୍ଶ ଅନେକ ଯାଇଛନ୍ତି ଛାଡି 

ଅନୁପ୍ରାଣିତ ହେବାକୁ ତ୍ୟାଗ ଯାଇଛନ୍ତି ଛାଡି

ଜହ୍ନ ଜ୍ୟାମିତିରେ ଜହ୍ନିଫୁଲ ଆମେ 

ସଂସ୍କୃତି ପରମ୍ପରା ରଖି ଯିବା ଆଗକୁ ମାଡି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational