STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ପଞ୍ଚନଦୀ

ପଞ୍ଚନଦୀ

1 min
217


ପଞ୍ଚ ଦୁଃଖନଦୀ ବହେ ସମାଜରେ ସୁଖତକ ନିଏ ଧୋଇ,

ହିଂସା କ୍ରୋଧ ଭୟ ହତାଶା ଓ ଈର୍ଷା ନାଚନ୍ତି ଲହଡ଼ି ହୋଇ |


ବେକାରି ଗରିବୀ ରୋଗ ସେ ନଦୀରେ ପହଁରି ଆସନ୍ତି ଧାଇଁ,

ନିରୀହ ମଣିଷ ତାଙ୍କ କବଳରେ ପଡ଼େ ବଳେବଳେ ଯାଇ |


ନୂଆ ପଞ୍ଚନଦୀ ଖନନ ଯୋଜନା କରିଲେ ହୋଇବା ସୁଖୀ,

ଶ୍ରଦ୍ଧା ପ୍ରେମ ତ୍ୟାଗ ନ୍ୟାୟ ସୌନ୍ଦର୍ଯ୍ୟ ତାଙ୍କ ନାମ ଲେଖିଦେବା |


ସହନଶୀଳତା ଶାନ୍ତି ମୈତ୍ରୀ ଭାବ ଉଦୟ ହେବ ହୃଦୟେ,

ଦୁଃଖର କାରଣ ରହିବନି ଆଉ ରହିବା ସବୁ ନିର୍ଭୟେ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics