STORYMIRROR

Hasyamayee Raj

Classics

3  

Hasyamayee Raj

Classics

ପଞ୍ଚକ:ମୋ ପିଲାଦିନ ଓ ଆଜି

ପଞ୍ଚକ:ମୋ ପିଲାଦିନ ଓ ଆଜି

1 min
410


ମନେ ଅଛି ସ୍ପଷ୍ଟ

ସେଇ ପିଲା ଦିନ

ପବିତ୍ର ପଞ୍ଚକରେ

ବୋଇତ ଭସାଣର

ଉଛୁଳା ଆନନ୍ଦ

ପାହାନ୍ତି ପହରେ

ପୋଖରୀ ଘାଟରେ

ଆ କା ମା ବୈ ର ସ୍ବର

ମେଲଣ ଦୀପ ଆଉ ବୋଇତର


ଭାସି ଭାସି ଚାଲୁଥାଏ

ମୋ ସୋଲ ଅବା

କଦଳୀ ପଟୁଆ ଡଙ୍ଗା

ତା ଭିତରେ ଜଳୁଥାଏ

ଦିକ୍ ଦିକ୍ ଦୀପ

ଖୁବ୍ ଚମତ୍କାର

ଚିକ୍ ମିକ୍ ତରଙ୍ଗ

କାଚକେନ୍ଦୁ ଜଳର


ଚାହିଁଥାଏ ଡଙ୍ଗାକୁ

ଏକ ଲୟରେ

ମୁଁ ନିର୍ନିମେଷ ନୟନରେ

ତାର ଆଗକୁ ଆଗକୁ ଯାତ୍ରା

ଭରୁଥାଏ ଭିନ୍ନ ସିଂହରଣ

ମୋ ଭିତରେ


ଏବେ କିନ୍ତୁ ଅପେକ୍ଷା

ଆସିବ ପଞ୍ଚକ

ସଞ୍ଚିବାକୁ ଇଛା ଧର୍ମ ଧନ

ଶିତୁଆ ପାହାନ୍ତିରେ

ମନ୍ଦିର ଦର୍ଶନ 

ଘଣ୍ଟ ଘଣ୍ଟି ଆଳତୀରେ ମନ

ଆଜି ବି ଡଙ୍ଗା ଭସାଏ

ହେଲେ କାହିଁ ସେଇ ଉତ୍ସୁକତା

କାହିଁ ପିଲାଦିନ


ସ୍ମୁତିରେ ସାଉଁଟେ

ସେ ଛାଡି ଆସିଥିବା ପିଲାଦିନ

ବଜାରରୁ ବାଛି ବାଛି ରଙ୍ଗୀନ୍ 

ବୋଇତ ଆଣିବାର ନିଶା

ଖୁସିର ଉତ୍ସୁକତା ଆଉ

ସାଙ୍ଗ ସାଥି ମେଳରେ

ବୋଇତ ବନ୍ଦାଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics