ପଞ୍ଚଦେବ ନମସ୍ତୁତେ
ପଞ୍ଚଦେବ ନମସ୍ତୁତେ
ପଞ୍ଚଦେବ ନମସ୍ତୁତେ
===========
ନମସ୍ତେ ଦେବ ଗଣପତି l
ସର୍ଵ ଅଗ୍ରତେ ତୁମ୍ଭ ସ୍ତୁତି ll
ନମସ୍ତେ ଦେବ ନାରାୟଣ l
ଜଗତ ତୋହର ଭିଆଣ ll
ନମସ୍ତେ ରୁଦ୍ର ସଦାଶିବ l
ଜାହ୍ନବୀ ଜଟାରୁ ଉଦ୍ଭବ ll
ନମସ୍ତେ ଅମ୍ବିକେ ନମସ୍ତେ l
ବନ୍ଦିଲେ ଅମରେ ସମସ୍ତେ ll
ନମସ୍ତେ ନମସ୍ତେ ଭାସ୍କର l
ଦିବାକରଙ୍କୁ ନମସ୍କାର ll
ପଞ୍ଚ ଦେବଙ୍କ ସ୍ମରଣରେ l
ଅନେକ ଜନ୍ମ ପାପ ହରେ ll
ପଞ୍ଚ ଦେବଙ୍କୁ ଧ୍ୟାୟ ନିତ୍ୟ l
ହରିବେ କଳୁଷ ସମସ୍ତ ll
ପଞ୍ଚ ଦେବଙ୍କ ନିତ୍ୟ ଧ୍ୟାନ l
ଅଶେଷ ମଙ୍ଗଳ ବିଧାନ ll
ଦେବତା ପାଞ୍ଚଙ୍କ ଭଜନ l
ଆନ ନଥାଇ ପ୍ରୟୋଜନ ll
ନମସ୍ତେ ନମସ୍ତେ ନମସ୍ତେ l
ପଞ୍ଚ ଦେବତା ନମସ୍ତୁତେ ll
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
