STORYMIRROR

Er. Prakash Majhi

Inspirational

3  

Er. Prakash Majhi

Inspirational

ପଞ୍ଚାୟତ

ପଞ୍ଚାୟତ

1 min
376

ବିଭ୍ରମ, ବିଭେଦ ନାଶ କରିବାକୁ

ପଞ୍ଚାୟତ ପରମ୍ପରା

ସକଳ ସମସ୍ୟା ସମାଧାନ ପାଇଁ

ଠୁଳ ହୋଇ ଗ୍ରାମ ସାରା। (୧)

ନିର୍ବାଚିତ କରି ସରପଞ୍ଚ ଟିଏ

ବିଚାରନ୍ତି ନାନା ମତ

ପଥ ଦେବାଳୟ କୂପ ଜଳାଶୟ

କାର୍ଯ୍ୟ ଆଦି ନିର୍ବାହିତ। (୨)

ସରପଞ୍ଚ ସାଥେ ସମିତି ସଭ୍ୟଙ୍କ

ଉଦ୍ୟମ କରି ମିଳିତ

ଗ୍ରାମ ଉନ୍ନୟନେ ସରକାର ଦାନେ

ଜନହିତ ବିକାଶିତ। (୩)

ଅଦୂର ଦର୍ଶିତା ଓ ଅନଭିଜ୍ଞତା

ଦଳଗତ ସ୍ୱାର୍ଥପର

ଶୀତଳ ଭଣ୍ଡାରେ ହୁଅଇ ନିକ୍ଷିପ୍ତ

ସରକାର ଯୋଜନାର। (୪)

ଗୋଷ୍ଠୀ କନ୍ଦଳରେ ଉପୁଜେ ଅଶାନ୍ତି

ଆଣେ ହତାଶା ବୈରତା

ସରଳ ଜୀବନ ଜଟିଳ ହୋଇଣ

ତୁଟାଉଛି ସବୁ ଆସ୍ଥା। (୫)

ଜାଗ ଗ୍ରାମବାସୀ ଲଭି ସଚେତନ

ହେବ ଉନ୍ନତ ସାଧିତ

ଶିକ୍ଷା ସ୍ୱାସ୍ଥ୍ୟ କୃଷି ସଫଳତା ପାଇ

ଉଚ୍ଚ କର ପଞ୍ଚାୟତ। (୬)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational