STORYMIRROR

Gouri Panda

Classics

2  

Gouri Panda

Classics

ପଣା ସଂକ୍ରାନ୍ତି

ପଣା ସଂକ୍ରାନ୍ତି

1 min
2.7K

ବରଷ, ବରଷ ନୂଆ ବରଷ 

ଓଡ଼ିଆ ମନରେ ଆଣେ ହରଷ।

ଏ ତେର ତାରିଖ ଏପ୍ରେଲ ମାସ

ପାଳିବା ଓଡିଆ ନୂଆ ବରଷ। 

ବିଷୁବ ସଂକ୍ରାନ୍ତି ନାମେ ବିଖ୍ୟାତ 

ସୂରୁଦ କିରଣ ବୃଦ୍ଧି ପାଏ ତ। 

ପ୍ରଥମ ସଂକ୍ରାନ୍ତି ନାମେ ବିଖ୍ୟାତ 

ନବ ବର୍ଷ ଭାବେ ହୁଏ ପାଳିତ। 

ବଢିଥାଏ ବୋଲି ସୂର୍ଯ୍ୟ ତାପନ

ଜଳଦାନେ କର ତୃଷା ମୋଚନ। 

ପଣା ସଂକ୍ରାନ୍ତି ଏ ବୋଲି ଜାଣନ୍ତି 

ଏହି ଠାରୁ ସୌର ମାସ ଗଣନ୍ତି। 

ନୂତନ ଶକାବ୍ଦ ହୁଏ ଗଣନ

ସୌର ବୈଶାଖ ର ପ୍ରଥମ ଦିନ। 

ଗଣି ନିରୟଣ ଏ ଯୁକ୍ତି ଯୁକ୍ତ 

ନବ ବର୍ଷ ଶତାନନ୍ଦ ଙ୍କ ମତ। 

ଆମ ନବ ବର୍ଷ ଏତେ ମହାନ

ଓଡ଼ିଆ ଏହାକୁ ଦିଏ ସମ୍ମାନ। 

ଓଡ଼ିଆ ବୋଲି ରେ ହୁଅ ଗର୍ବିତ 

ଆମ ଗଣନା ରେ ବିଶ୍ବ ଚକିତ। 

ସଂସ୍କୃତି, ସଂସ୍କାରେ ଆମେ ଓଡ଼ିଆ 

ପିଅ ଥରେ ଆମ ପଣା ବଢିଆ। 

ବେଲ, ଦହି, ଗୁଡ, ନବାତ ପଣା

ଭାଙ୍ଗ ମିଶି ହୁଏ ମନକୁ କିଣା। 

ପଣା ସଂକ୍ରାନ୍ତି ର ଅଭିନନ୍ଦନ 

ସଭିଙ୍କର ହେଉ ଏଶୁଭ ଦିନ। 

ଆମ ନୂଆ ବର୍ଷ ଏତେ ପ୍ରାଚୀନ 

ସଂସ୍କାର, ସଂସ୍କୃତି ଆମ ମହାନ। 

ପିଇଯିବା ଆସ ସଂସ୍କାର ପଣା

ଓଡ଼ିଶା ନ଼ହେଉ ସଂସ୍କୃତି ଊଣା। 

ଏତେ କଥା ଅଛି ନୂଆ ବରଷେ 

ପାଳିବା ତାକୁ ରେ ଆମେ ହରଷେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics