STORYMIRROR

Ankita Mohanty

Inspirational

3  

Ankita Mohanty

Inspirational

ପଣ ବୀର ଜବାନର...

ପଣ ବୀର ଜବାନର...

1 min
33

ଭାରତ ମାତାର ବୀର ପୁତ୍ରମାନେ 

ପ୍ରସ୍ତୁତି ସବୁ ଅଛନ୍ତି ସାରି, 

ଶତ୍ରୁକୁ ଜବାବ ଦମ୍ଭରେ ଦେବେ 

କରିଛନ୍ତି ପଣ ଆଜି। 

ଗୁଳିର ଜବାବ ଗୁଳିରେ ଦେବେ 

ତୋପର ଜବାବ ତୋପରେ, 

ଭାରତ ମାଆର ଅସମ୍ମାନ କଲେ 

ଗୁଳି ବଜାଇବେ ଛାତିରେ। 

ଶାନ୍ତି ମୈତ୍ରୀ ଏବଂ ପ୍ରୀତି 

ଭାବରେ ହେବେ ଏକାକାର, 

କିନ୍ତୁ ଶତ୍ରୁର ରକ୍ତପାତ ଦେଖି 

କରିଦେବେ ସେ ଛାରଖାର। 

ନିଜ ଜୀବନ ଯାଉ ପଛେ ଚାଲି 

ଶତ୍ରୁକୁ ଦେବେ ରଣହୁଙ୍କାର, 

ହସି ହସି ନେବେ ମୃତ୍ୟୁକୁ ବରି

ଧରଣୀର ଏ ବୀର ସନ୍ତାନ। 

କର୍ତ୍ତବ୍ୟ କରିବେ ନିଷ୍ଠାପର ହୋଇ 

ଧୋକାବାଜି କେବେ କରିବେ ନାହିଁ, 

ଦେଶ ରକ୍ଷା ପାଇଁ ତତପର ହୋଇ 

ଶତ୍ରୁର ଗୁଳିକୁ ଡରିବେ ନାହିଁ। 

ତ୍ରିରଙ୍ଗାକୁ ସଦା ରଖିବେ ଉଚ୍ଚା 

ଫରଫର କରି ଉଡାଇବେ, 

ମା ଭାରତୀର ଶିରକୁ ଉଚ୍ଚା 

ସବୁବେଳେ ପରା ରଖିଥିବେ। 

**********************



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational