STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ପଙ୍ଖା

ପଙ୍ଖା

1 min
13.7K



ତପନ କୁମାର ସ୍ୱାଇଁ


ଭଳିକି ଭଳି ରୂପ ମୋଅର

ଭଳିକି ଭଳି ଅଙ୍ଗ ,

ଯାହାର ମନ ଯେମିତି ସିଏ

ବାଛି ନିଅଇ ରଙ୍ଗ । ।

ଜାଲ ପରି ମୋ ଦେହଟା ସାରା

ଛନ୍ଦା ହୋଇଛି ତାର ,

ବିଜୁଳି ମୋତେ ଦେଉଛି ବଳ

ଘୁରୁଛି ନିରନ୍ତର । ।

ମୋ ପାଇଁ ସିନା ଘର ଉତ୍ତାପ

ଶୀତଳ ଟିକେ ରହେ ,

ଘର ଭିତର ସବୁ ମଣିଷ

ସୁଖରେ ଟିକେ ଶୁଏ । ।

ମୋତେ ଯିଏ ସେ ଗଢ଼ିଛି ଏତେ

ଖଟାଇ ତା’ର ମତି ,

କୋଟି ପ୍ରଣାମ କରୁଛି ତାଙ୍କୁ

ରହୁ ତାଙ୍କରି ସ୍ମୃତି । ।

ଅଟଇ ମୁହିଁ ଯନ୍ତ୍ର ଚାଳିତ

ନାହିଁ ତ ମୋର ପ୍ରାଣ ,

ହେଲେ ସଭିଁଙ୍କ ସେବାରେ ଥାଏ

ନାଆଁଟି ପଙ୍ଖା ଜାଣ । ।


Rate this content
Log in

Similar oriya poem from Classics