STORYMIRROR

Kulamani Sarangi

Inspirational

4  

Kulamani Sarangi

Inspirational

ପଲ୍ଲୀଗୀତ

ପଲ୍ଲୀଗୀତ

1 min
28.1K


ପଲ୍ଲୀଗୀତ 13

------------

ବେଳ ରତରତ ଉଡେ ନାଲି ନେତ

ଦେଉଳ ବେଢାକୁ ଅନା,

ଧଳା ମୁରଲୀକୁ ମୁହଁରେ ନଗେଇ

ଉଣ୍ଡୁଚି ବୁରୁନ୍ଦା ନନା।


ପଘାଛିଣ୍ଡା ସେତ ନିଘା ତାର ମିତ

ମକଦମ ଘର ଝୁଅ,

ହାଣ୍ଡି ମାରୁ ପଛେ ମାଙ୍କଡ ଚିତି

ସେ କିଲିଟରୀ ଧାପ ପୁଅ।


ଗେଣ୍ଡାଳିଆ ଏବେ ସାତ ସପନଲୋ

କୁଆଡୁ ଆସିବ ପର?

ରଜାଝିଅ କିଆଁ କୁରୁଳି ମରୁଚି

ଦେଖି ଏ ବୁଢା ନାଗର ?


ଖୋଲା ବଗିଚାର ଫୁଲ ସେ,ଧରିଚି

ଫାଡିକିଆ ମୋବାଇଲି,

ଦିନ ରାତି ଖାଲି ଟୁପୁ ଟୁପୁ

ବୁଢା,ଟୋକା ହେଲେଣି ଘାଇଲି।


ସ୍ପ୍ରାଇଟି ବୋତଲ ଭିତରେ ଭୋଡକା

ଚଡିପିନ୍ଧା ଡିଜେ ନାଚ,

ଶିବ ତାଣ୍ଡବ କି ପାସଙ୍ଗ ପଡିବ

ତାଆଗେ ନାଲି ପାଇଁଚ?


ବହି ବସତାନି ଚୁଲିକି ଗଲାଣି,

ଦିକାନେ ଦିଇଟା ତାର,

ଇଉଟିଉବୁରେ ଉବୁଟୁବୁ ହେଇ

ଦୁନିଆଁକୁ ଗୁଳି ମାର।


ଦିଅଁ ଦେବତାଙ୍କୁ କିଏ ସେ ଡରୁଚି

ବେଢାରେ ପେମ ପାଇଟି,

ଭାଗବତ ଗାଦି ନାହିଁ ସିନା ,ଏଠି

ନୂଆ ଭାଗବତ ଖଟି।


ତମେ ଆମେ ସିନା କୁଅ ବେଙ୍ଗ, ସେତ

ବିଲର ବାହ୍ମୁଣୀ ବେଙ୍ଗ,

ଡିଆଁ ମାରିଦେଲେ ବାରହାତ,

ଉତୁରିଲେ ସିନା ଚୁଲି ଯୋଗ।


ବଥଟାଏ ହେଲେ ପିଚାରେ, ସେଇଟା

ଛାଇ ସହିତ ସମାନ,

ନାଁ ଯା'ର ନାହିଁ ବଦନାମ ତାର

କୁଆଡୁ ଆସିବ ଧନ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational