STORYMIRROR

Kulamani Sarangi

Inspirational

3  

Kulamani Sarangi

Inspirational

ପଲ୍ଲୀଗୀତ-16

ପଲ୍ଲୀଗୀତ-16

1 min
12.5K


ପଘା ଛିଣ୍ଡେଇଲା, ଖିର ଖାଇଗଲା

ପାଟ୍ଟଗାଈ ଝିଅ ମଣି,

ଆଣ୍ଡର ଝୁଅକୁ କଣ କହିବି

କାଲିଠୁ ଛେରିହେଲାଣି।


ଏଣ୍ଡୁଅ* ଭାଇର ବୋଦି କିଆରୀଟା#

ନୁଣ୍ଡିଲା ବାଜେଣୀ ଗାଈ&

କାଟିବାଛି କଲା ଅଘରବାସ ଲୋ

ଏଣ୍ଡୁଆଣୀ ମହାଦେଈ।


ପାଣିକୁଆ ଚାଲେ ଆଗକୁ ଉହୁଁକି

ସତେ ଗୋଟେ ଗଜପତି,

ଧଳାପର ଝାଡି ବଗ ଉଡିଗଲା,

ଯିବାକୁ ବଗୁଲୀ କତି।


ଅସରା ଅସରା ଧାରା ଶିରାବଣ

ଦେଖ ପୁବେଇ ଉଠାଣ,

ବଦଳ ପଡିଚି ଧାନ କିଆରୀରେ

ସୁଅରେ ଡେଉଁଚି ମୀନ।


ବେଇଗି ବେଗି ବିହୁଡା ସରିଲେ

ହୁଡା ମରାହବ କତି,

ସାର ଦି'ମୁଠା ଛାଟିଦେ ସଂଗାତ

ଧାନ ଗଛ ଯିବ ମାତି।


ପଙ୍କ ପାଣି ଖାଇ କେନ୍ଦା ହେଲା ଭାଇ

ହାତ,ନଖ ହେଲା ମୁଣ୍ଡି,

ଉସୁମା ଧରିଚି ବଇଦ କହିଚି

ଚଉସମ ଦେ ତେଣ୍ଡି।


*ଏଣ୍ଡୁଅ---ବ୍ୟକ୍ତି ବିଶେଷଙ୍କ ନାମ

#ବୋଦି---ଝୁଡଙ୍ଗ --ଦେଶୀ ବିନ୍

&ବାଜେଣୀ--ଗୋଟିଏ ଓଲେଇ ଗାଈର ନାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational