STORYMIRROR

BISWESWAR MAJHI

Abstract Tragedy Inspirational

4  

BISWESWAR MAJHI

Abstract Tragedy Inspirational

ପଲିଥିନର ପ୍ରଦୂଷଣ

ପଲିଥିନର ପ୍ରଦୂଷଣ

1 min
24.2K


ବିଚାର ବିବେକ ବୁଦ୍ଧି ଅଛି ମାନବର

ପରଖ ସେ କରିପାରେ ଭଲ ବା ମନ୍ଦର।

ଆପଣା ସ୍ୱାର୍ଥରେ ହେଲା ଉନମନା ଯହୁଁ

ପ୍ରକୃତିର ଧ୍ୱଂସ ଯଜ୍ଞ ଆରମ୍ଭିଲା ତହୁଁ।


ଗଛ କାଟି ଜଙ୍ଗଲକୁ ପଦା ଭୂଇଁ କଲା

ପାହାଡ ପର୍ବତ ତାଡି ସବୁ ଲୁଟି ନେଲା।

ପଲିଥିନ ଉଦ୍ଭାବନ ସୃଷ୍ଟି କଲା ନାଶ

ନଭ ଜଳ ସ୍ଥଳ ଭରି ପଲିଥିନ ବିଷ।


ଥରେ ବ୍ୟବହାର କରି ତାକୁ ଫିଙ୍ଗିଦିଏ

ରାସ୍ତା ଘାଟ ନାଳ ନର୍ଦ୍ଦମାରେ ଜମିଯାଏ।

ପାହାଡ ପରି ଜମିଛି କୁଢ କୁଢ ଜରି

ସମୁଦ୍ର ଶଯ୍ୟାରେ କ୍ଷତି କଳନା ନ କରି।


ପଲିଥିନ ଅସୁରଟା ପାଇଛି କି ବର

ମାଟିରେ ମିଶିବ ନାହିଁ ଅଜର ଅମର।

ଜଳରେ ଭେଦିବ ନାହିଁ ମେଲାଇ ତା କାୟା

ନିଆଁରେ ପୋଡିଲେ ଅତ୍ୟଧିକ ବିଷକ୍ରିୟା।


ରାସ୍ତା ଘାଟରେ କୁଡାଦାନରେ ଜମିରହି

ଗୋରୁଗାଈଙ୍କ ପେଟକୁ ଯାଏ ଖାଦ୍ୟ ହୋଇ।

ନାନାଦି ରୋଗ କାରକ ଗୋକ୍ଷୀର ଦୂଷିତ

ମାନବ ତା ପାନ କଲେ ରୋଗରେ ପୀଡିତ।


ପଲିଥିନ ମୁକ୍ତ ବିଶ୍ୱ କଳ୍ପନା ଅଳୀକ

ସଫଳ କରନ୍ତେ ସଚେତନ ନାଗରିକ।

ସରକାର ଅଣ୍ଟା ଭିଡିଛନ୍ତି ଜୋର କରି

ଥରେ ବ୍ୟବହାର ଜରି ନିଷେଧାଜ୍ଞା ଜାରି।


କାଚର ପାଣି ବୋତଲ କାର୍ଯ୍ୟାଳୟ ମାନ

ବ୍ୟବହାରେ କରୁଛନ୍ତି ପ୍ଲାଷ୍ଟିକ ବର୍ଜନ ।

କ୍ୟାରିବ୍ୟାଗ ହାତେ ଧରି ବଜାରକୁ ଗଲେ

ଜରି ବ୍ୟାଗ ଆତ୍ମହତ୍ୟା କରିବ ସହଳେ।


Rate this content
Log in

Similar oriya poem from Abstract