STORYMIRROR

Akshayakumar Dash

Abstract

3  

Akshayakumar Dash

Abstract

ପକ୍ଷୀ

ପକ୍ଷୀ

1 min
160

ପର ଲାଗିଗଲେ ତୋର

ସବୁ ବନ୍ଧନ କାଟି ଉଡିଯାଉ

ଆକାଶ ର ପଣତରେ

କିତତେ ରଖିବି ନେଇ

ମମତାର ଡୋରି ଦେଇ

ଏଠି ସେଠି କାଲିକି କେଉଁଠି

ଗଛଳତା,ଫୁଲଫଳ

ଝରଣାର ଜଳ,

ଜଡ ଜୀଵ ସ୍ଥାବର ଜଙ୍ଗମ

ନଦନଦୀ ଝଡ଼ବର୍ଷା

ଚଲାପଥ ଅମୃତ ମଙ୍ଗଳ

ନିଜକୁ ସଂଘର୍ଷ କରି

ଧରିତ୍ରୀ ମାର କୋଳେ

ଦୁନିଆକୁ ବାର୍ତା ଦେଇ

ପ୍ରେମ ଦେଇନେଇ

ବଞ୍ଚିବା ଜଗତେ ସାର

କହିନୁ କାହାକୁବି କାନ୍ଦିନୁ ତାପାଖେ

ଅନ୍ତରର ଦୁଃଖମାନ ଲେଖି

ରଖିନୁ ପୋଥିରେ

ତୁବି ବସୁଧାର ଧନ

କେଉଁଠି ରହିବକିନାହିଁ

ଯେଉଁ ଡାଲେ ବସା ,

ସେଇଡାଳ ମାୟା ଛାଡି

ମତେ ଉଡିବାକୁ ହେବ

ଆସୁଯେତେ ଦଶା

ଜନ୍ମଠାରୁ ମୃତ୍ୟୁ ଯେତେ ଦୂର

ଉଡୁଥିବି,ନହଟୁ ମୋ ବଳ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract