Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Tragedy Others

4  

Sunanda Mohanty

Abstract Tragedy Others

ପକ୍ଷୀ ଓ ବର୍ଷା

ପକ୍ଷୀ ଓ ବର୍ଷା

1 min
279



ପାଣି ପାଇ ପିଏ, ପକ୍ଷ ଛିଡି଼ଥାଏ

କେମିତି ଉଡ଼ିବ ଡେଣା ଝାଡ଼ିବ

ନୀଡ଼, ସାଥି, ଦିଗହରା ପକ୍ଷୀଟିଏ

ବର୍ଷା ଆସିଲା ପାଣି ଅଜାଡ଼ିଲା

କାଉ କା କହେ

ଥୁଣ୍ଟା ଡ଼ାଳ କଅଁଳିଛି ପକ୍ଷ ନଥିଲେ

ପକ୍ଷୀର କି ଥାଏ

ଛୋଟି ପାରା ଭାବୁଥାଏ

ମତେ ଦିବ୍ୟାଙ୍ଗ କଲ ପ୍ରଭୁ

ବର୍ଷାରେ ପକ୍ଷୀଙ୍କୁ ଦିବ୍ୟାଙ୍ଗ କଲେ

ପକ୍ଷୀପ୍ରେମୀ ଭାରି କଷ୍ଟ ପାଏ

ଉଡିଯାଉଥିବା ପାରା ବଣି ଶୁଆ ଶାରୀ

ଦୁର୍ଦ୍ଦଶା ଦେଖି ସହି ନହୁଏ

ପାଞ୍ଚ ପ୍ରାଣୀ କୁଟୁମ୍ବ ଆମେ

ସଂସାରେ ତୁ ମୁଁ ସିଏ

ପକ୍ଷୀ ପଶୁ ଭଲ ନରହିଲେ

ମଣିଷର କି କି କ୍ଷତି ନହୁଏ

ଆକଳନ କରିବ କିଏ

ମଣିଷ ବୁଝୁନି ପ୍ରକୃତି ଶୁଝାଏ ଦାଉ 

ପକ୍ଷୀ ଛାର ବର୍ଷାରେ ସାମ୍ରାଜ୍ୟ ହରାଏ

ଆହା ସାହା ରାହା ହେବାକୁ ତାର କିଏ

ବରଷା ବରଷୁ ପକ୍ଷୀ ନକହୁ ହାଏ ହାଏ

ଅମୃତ ଝରରେ ଝିଣ୍ଟିକା ମାରି

ବଣି ପୋଷିବା ପରାଏ

ପକ୍ଷୀ ଡାକେ ରଖ ମହାବାହୁ

ଜଟାୟୁ ବଂଶଧର ଆଉ କିଏ ?


Rate this content
Log in

Similar oriya poem from Abstract