Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଛମ୍ ଛମ୍ ବର୍ଷା

ଛମ୍ ଛମ୍ ବର୍ଷା

1 min
194



ଜ୍ୟେଷ୍ଠମାସଖରା ଶେଷେ ଆସିଲୁ ବରଷା


ଭାଇ କୃଷକଙ୍କ ମନେ ବଢିଲା ଭରସା

 

      ଆସ ଆସ ବର୍ଷା ରାଣୀ


ଚାଷ କରିବ ଚାଷୀ ତାର ମନକୁ ଜାଣି !



ଜଳ ବିନୁ ନାହିଁ କିଛି ଜୀବଙ୍କ ଅସ୍ତିତ୍ବ 


ଜୀବନ ଦାୟିନୀ ନାମ ବହିଛୁ ତୁହିତ


     ଜଳ ହିଁ ପରା ଜୀବନ


ତବ ବିନୁ ହୁଏ ପରା ଏ ଜୀବନ ଶୁନ୍ୟ !



ଆଷାଢ଼ ଶ୍ରାବଣେ ତୁହି ଆଣି ଦେଉ ପ୍ରାଣ


ଜନ  ଜନଙ୍କର  ପୁଣି ଉତ୍ସବ ପାର୍ବଣ 


      କରୁ ରାଣୀ ପରିତ୍ରାଣ 


ହସି ଉଠେ ଯହିଁ ପ୍ରାଣ ଧରିତ୍ରୀରେ ଜାଣ !



ଶସ୍ୟ ଶ୍ୟାମଳ ଭୂମି ଅତି ଦିଶେ ସୁନ୍ଦର


ପଲ୍ଲବୀ ଉଠେ ଟି ପତ୍ର ବୃକ୍ଷରେ ଆବର 


      ପୁଷ୍ପ ଗଛେ ପୁଷ୍ପ ଭରା


ବୁଣି ଦିଏ ବାସ୍ନା ତାର ସୁଗନ୍ଧରେ ଧରା !



ବର୍ଷା ରାଣୀ ଆଗମନେ ଭିଜା ଭିଜା ଭୁଇଁ


ଉତ୍ସାହ ଉତ୍ସବ ହୃଦେ ଦେଉ ଥାଏ ଛୁଇଁ


     ବାଜେ କାହାଳୀ ମୃଦଙ୍ଗ 


ଗୀତ ସଂଗୀତରେ ଚାଷୀ ହୁଏ ଟି ଉମଙ୍ଗ !



ଦିନ ସାରା ତାର ପୁଣି ବ୍ୟତୀତ ବିଲରେ


ତୋଷିବ ଜନଙ୍କୁ ଚାଷୀ ଚାଷେ ନିରନ୍ତରେ 


      ଜନଙ୍କ ପେଟ ଭରିବ


ରାଷ୍ଟ୍ରରେ ଆଣିବ ଚାଷୀ ଆନନ୍ଦ ବୈଭବ !



ଶକ୍ତିରୂପା ଦେବୀ ମର୍ତ୍ତ୍ୟେ ହେବେ ଆବିର୍ଭାବ


ତାଙ୍କରି  ସ୍ବାଗତେ ଭରୁ ସବୁ ଏ ବୈଭବ


       କାଶତଣ୍ଡି ଅଙ୍କୁରିତ


ଫୁଲ ତାର ଝୁଲୁ ଥିବ  କରିବ ସ୍ବାଗତ !



ବର୍ଷା ରାଣୀ ତୁହି  କରୁ ସବୁତ ସମ୍ଭବ


ତବ  ବିହୁନେ  ସବୁ  ହେବ  ଅସମ୍ଭବ 


      ଆସ ଆସ ବର୍ଷା ରାଣୀ


ଦୁର୍ଗା ଆବିର୍ଭାବ ହେବେ ଆସ ତୁ ଧରଣୀ ।


Rate this content
Log in

Similar oriya poem from Abstract