ନିର୍ଜନ ଦ୍ବିପ୍ରହର
ନିର୍ଜନ ଦ୍ବିପ୍ରହର
ନିର୍ଜନ ଦ୍ବିପ୍ରହରେ
ଗ୍ରୀଷମ ସମୟରେ
କରେ ଅଥୟ କରେ ଅଥୟ
ତୋର ଭୀଷଣ
କିରଣ ପାଇଣ
ଜୀବ ଜନ୍ତୁ ଯେ କରନ୍ତି ଭୟ....l
ମଧ୍ୟାହ୍ନେ ପଥିକ
ନୁହିଁଈ ନିର୍ଭିକ
କଷ୍ଟ ଦିଅଇ ଖର ପବନ
ଶୋଷ ଖୁବ ଲାଗେ
ଗରମ ପ୍ରଭାବେ
ଆଦୌକେଣେଲାଗେନାହିଁମନ.....l
ଖଣ୍ଡେ ଖଣ୍ଡେ ଦୁରେ
ମରୀଚିକା ଦିଶେ
ଶୋସାର୍ତ୍ତି ଦଉଡ଼େ ପାଣି ଆଶେ
ଲାଲ ଲାଲ ଦିଶେ
ଚକ୍ଷୁ ଦ୍ବୟ ମୁଖେ
ଚତୁଃର୍ଦିଗ ଅନ୍ଧକାର ଦିଶେ....l
ମୁହଁ କାନ ସବୁ
କଳା ପଡ଼ିଯାଏ
ଗ୍ରୀଷ୍ମ ନିର୍ଜନ ଦୁଇ ପ୍ରହରେ
ନିର୍ଜନ ର ପଥ
ନିଜେ ଚାଲୁ ଥିଲେ
ନିଃସଙ୍ଗ ଭାବ ମନକୁ ମାରେ....l
ଶଙ୍କିତ ଲାଗଇ
ସଂଶୟ ର ଚିତ୍ତେ
ଅଜଣା ଭୟ ତାହାକୁ ଘାରେ
ମନରେ ବିଷାଦ
ଭାବନା ଦୁଖଦଃ
ନିଃସଙ୍ଗ ନିର୍ଜନ ଦ୍ବି ପ୍ରହରେ....ll
