STORYMIRROR

Ajit Kumar Raut

Abstract Inspirational

4  

Ajit Kumar Raut

Abstract Inspirational

ଦୂରହେଲା ଅନ୍ଧବିଶ୍ୱାସ

ଦୂରହେଲା ଅନ୍ଧବିଶ୍ୱାସ

1 min
328



ମାସ ଜାନୁଆରୀ ନୂଆ ବର୍ଷ ପୁଣି ପିକନିକ୍ ରୋମାଞ୍ଚିତ,

ଅନ୍ଧବିଶ୍ୱାସର ଥିଲାଟି ଅମ୍ବାର

ପିକନିକେ ଅବିଶ୍ୱାସ।


କହୁଥିଲେ ବୃଦ୍ଧ ଯୁବାଙ୍କୁରେ ଚହିଁ ପିକନିକ୍ ନୁହେଁ ଭଲ,

ଆମେ ଯାଇଥିଲୁ ପିକନିକ୍ କରି

ସ୍ମୃତି କରେ କଲବଲ।


ପିକନିକୁ ଫେରି ମଲା ସାଥୀ ଆମ ଯନ୍ତ୍ରଣା ଦିଏ ଆଜିବି

ଭୁଲି ହେଉ ନାହିଁ ତାଙ୍କ ଗୃହ ଦୁଃଖ

ସ୍ମୃତି ପଡୁଛି ଆଜିବି।


କାହିଁ ପାଇଁ ତୁମେ ପିକନିକ୍ ଯିବ ଆଣିବ ବିପଦ ଗ୍ରାମେ,

କାହୁଁ ଯିବା କଥା ଭୁଲ ମନୁ ଏବେ

ବିପଦ ନ ଆସୁ ଗ୍ରାମେ।


ନୂଆ ଭାରତର ଯୁବକ ସେମାନେ କିମ୍ପା ମାନିବରେ କଥା?

ରୋମାଞ୍ଚିତ ଅତି ପିକନିକ୍ ପାଇଁ

ଦେବେ ଭାଙ୍ଗି ପୂର୍ବ ପ୍ରଥା।


ଅନ୍ଧବିଶ୍ୱାସର ନାହିଁ ସ୍ଥାନ ତିଳେ ଜାଣନ୍ତି ଜ୍ଞାନ ବିଜ୍ଞାନ,

ପୂର୍ବ ପରମ୍ପରା ଭାଙ୍ଗି ଦେବେ ଯୁବା

ଅତି ରୋମା

ଞ୍ଚିତ ମନ।


ନଦୀ ଖରଖାଇ ଗାଆଁ କିଛି ଦୂରେ ବହୁ ଅଛି ଅବିରତ,

ସଙ୍ଗ ହୋଇ ଯୁବା ଗଲେ ତାର କୁଳେ

ପିକନିକେ ଉତ୍ସାହିତ।


ପନ୍ଦର ଜଣରେ ଯୁବା ପିକନିକେ ଗଲେ ଅତି କୁତୁହୋଳେ,

ସ୍ବାଦିଷ୍ଟ ବ୍ୟଞ୍ଜନ କରିଲେ ରନ୍ଧନ

ହୋଇ ସଙ୍ଗସାଥୀ ମେଳେ।


ସଙ୍ଗୀତର ତାଳେ ନାଚୁ ଥିଲେ ତହିଁ ହୋଇ ଅତି ଉତ୍ସାହିତ,

ଅନ୍ଧବିଶ୍ୱାସର ନଥିଲା ଭୟରେ

ଥିଲା ତହିଁ ହର୍ଷଚିତ।


ତହିଁ ଡେଇଁ ଡେଇଁ ନଦୀରେ ସ୍ନାନାଦି ଅତି ଆନନ୍ଦିତ ହୋଇ,

ବସି ରୁଣ୍ଡ ହୋଇ କରିଲେ ଭୋଜନ

ଅତି ରୋମାଞ୍ଚିତ ହୋଇ।


ଦିନ ଗଡ଼ି ଗଲା ହୋଇଲା ଅନ୍ଧାର ଘରକୁ ଫେରିଲେ ସେହୁ,

ଗୃହେ ଜନ ସବୁ ଭୟଭୀତ ଥିଲେ

କେଉଁ କର୍ମ କଲେ ଏହୁ।


ନହେଲା କିଛିରେ ସର୍ବେ ସୁରକ୍ଷିତ କରିଲେ ରକ୍ଷା କାଳିଆ,

ହେଲା ଲୁପ୍ତ ଭୟ ଅନ୍ଧବିଶ୍ୱାସର

ବିଶ୍ୱାସ ଦେଲେ କାଳିଆ।


Rate this content
Log in

Similar oriya poem from Abstract