STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କର ଆଶିର୍ବାଦ ରାଷ୍ଟ୍ରେ

କର ଆଶିର୍ବାଦ ରାଷ୍ଟ୍ରେ

1 min
358


ଦେବଶିଳ୍ପୀ ଦେବ         ଶିଳ୍ପ ଓ ଶିଳ୍ପୀଙ୍କ

        କୁଳଦେବତା ତାଙ୍କର,

ହସ୍ତେ ତୋର ଅଛି         ବଟାଳି ମାତ୍ତୁଲି

        ଅଟେ ଚତୁର୍ଭଜ ତୋର।


ଦକ୍ଷିଣ ହସ୍ତରେ          ଚକ୍ର ସୁଶୋଭିତ

       ଆଶିର୍ବାଦ ତଳ ହସ୍ତେ,                   

ବିଭୂଷିତ ତହିଁ          ଜ୍ଞାନୀ ଦିବ୍ୟବସ୍ତ୍ରେ 

       ଶିଳ୍ପଜ୍ଞାନ ତାଙ୍କ ହସ୍ତେ।


ଦିଶେ ଟି ସୁନ୍ଦର           ମକର କୁଣ୍ଡଳ

       ମନକୁ ମୋହିତ କରେ,

ତେଜସ୍ଵୀ ଅଟନ୍ତି          ପରି କାମଦେବ 

       ନାହିଁ ପଟାନ୍ତାର ତାରେ।       


ବ୍ରହ୍ମାଙ୍କ ନିର୍ଦ୍ଦେଶେ         ରଚନା ସୃଷ୍ଟିର

       କରିଛନ୍ତି ବିଶ୍ବକର୍ମା,

ଜଗତ ନିର୍ମାଣ          ତାଙ୍କରି ହସ୍ତରେ

       ଜନପୂଜେ ବିଶ୍ବକର୍ମା।


ଜ୍ଞାନର ସାଗର          ଶିଳ୍ପୀଙ୍କ ଆରାଧ୍ୟ

      ଘରଘରେ ତାଙ୍କ ପୂଜା,

ପବିତ୍ର ଦିନ ଟି          ୧୭ ସେପ୍ଟେମ୍ବର

      ବାର ଶନିବାରେ ପୂଜା।


ଶିଳ୍ପ କ୍ଷେତ୍ରେ ଯହିଁ        ପୂଜା ବିଶ୍ବକର୍ମା

       ଭକ୍ତି ରାବ୍ ଶୁଭୁ ଅଛି,

ଶଙ୍ଖନାଦ ପୁଣି          ମୃଦଙ୍ଗର ତାଳ 

       ଭକ୍ତେ ଟାଣୁ ନେଉଅଛି।


ବିରାଟ ବିରାଟ         ପାଣ୍ଡାଲ୍ ସଜ୍ଜିତ

       ବସିଛନ୍ତି ବିଶ୍ବକର୍ମା,

ଆତ୍ମନିର୍ଭର ଟି         କରିବେ ରାଷ୍ଟ୍ରକୁ

       ପୂଜନରେ ବିଶ୍ବକର୍ମା।


ଶିଳ୍ପୀ ମାନେ ତାଙ୍କୁ        ଇଞ୍ଜିନିୟର ଟି

      ଭକ୍ତିରେ କରେ ପୂଜନ,

ଗତି ନାହିଁ କାରେ        ତାଙ୍କ ବିନୁ ଭାଇ

       ସବୁତ ତାଙ୍କ ସୃଜନ।


ଦୁନିଆର ଆଗ         ଇଞ୍ଜିନିୟର ସେ

       ବିଶ୍ବକର୍ମା ଭଗବାନ,

ତାଙ୍କ ଆଶିର୍ବାଦୁ         ଆତ୍ମବିଶ୍ବାସ ଟି

      ହେବଟିରେ ଜନଜନ।


ପୂଜନେ ହୋଇବ       ସମ୍ପନ୍ନ ଭାଇରେ

      କରିବେରେ ଆବିଷ୍କାର,

ଦିଶିବ ସୁନ୍ଦର        ସବୁ କ୍ଷେତ୍ର ଭାଇ

     ହେବାରେ ଆତ୍ମନିର୍ଭର।


ଦେବଙ୍କ ପୂଜନେ        ସମ୍ପୂର୍ଣ୍ଣ ଭାରତ

      ଯହିଁ ଅତି ଉତ୍ସାହିତ,

ତାଙ୍କ ଆଶିର୍ବାଦୁ       ଶକ୍ତିଶାଳୀ ରାଷ୍ଟ୍ର

      ହୁଏ ବିଶ୍ବେ ସମ୍ମାନିତ।


ଆହେ ବିଶ୍ବକର୍ମା       ଶିଳ୍ପୀଙ୍କ ଆରାଧ୍ୟ

     ଅଟ ତୁମେ ଦେବଶିଳ୍ପୀ,

ଭକ୍ତି ଆରାଧନା       ଚରଣେ ତାଙ୍କରି

     କରେ ଭକ୍ତ ରାଷ୍ଟ୍ରଶିଳ୍ପୀ।


ମନବାଞ୍ଚା ପୂର୍ଣ୍ଣ        କର ବିଶ୍ବକର୍ମା

    ରାଷ୍ଟ୍ରର ହେଉ ମଙ୍ଗଳ,

ସବୁ ବୈଭବରେ       ପୂର୍ଣ୍ଣ କର ରାଷ୍ଟ୍ର

     ହେଉଟି ପୂର୍ଣ୍ଣ ସକଳ।


କର ଶକ୍ତିଶାଳୀ       ନୂଆ ଭାରତକୁ

     ଅମୃତ କାଳ ରାଷ୍ଟ୍ରର,

ସବୁ ଆବଶ୍ୟକ      ପୂର୍ଣ୍ଣ ହେଉ ରାଷ୍ଟ୍ରେ     

     ନଜର ଥାଉ ତୁମର।


ବିଶ୍ବ ଗୁରୁ ସ୍ବପ୍ନ       ସାକାର କରହେ

    ଗୁଞ୍ଜୁ ବିଶ୍ବେ ରାଷ୍ଟ୍ର କ୍ରୀତି,

କରେ ଆରାଧନା       ତହରି ପୂଜନେ

    ଦେଇ ଭକ୍ତି ପ୍ରେମ ପ୍ରୀତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract