STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ବନ୍ଧନର ସୂତ୍ର

ବନ୍ଧନର ସୂତ୍ର

1 min
380

ଅମାପ ସ୍ନେହ

ଓ ଅସରନ୍ତି ଶ୍ରଦ୍ଧା

ନିରାସକ୍ତ ମୋହ

ଓ ଈର୍ଷା ହୀନ ସ୍ପର୍ଦ୍ଧା

ସତରେ ସେ ଏକ ଅବିକୃତ ସମ୍ପର୍କଟିଏ

ଯହିଁ ଲେଖା ଥାଏ ନିଷ୍କଳଙ୍କ ଭାବମୟ ଗାଥା। 


ଆଜନ୍ମ ପ୍ରତିଶ୍ରୁତି

ଓ ଚିତ୍ତର ପୂର୍ଣ୍ଣ ବିନିମୟ

କିଛି ବିଶୁଦ୍ଧ ଭକ୍ତି

ଓ ରାଣ ନିୟମର ଦାୟ

କେବେ ମୁହଁ ଫୁଲାଫୁଲିର ଅଜସ୍ର ଘଟଣା

ପୁଣି ରାଗ ରୁଷା ଭିତରେ ହସି ଉଠେ ଜୟ ପରାଜୟ। 


ଏକ ସୂତ୍ର ମାଧ୍ୟମରେ

ଭଗିନୀର ସୁରକ୍ଷା ଆଶ୍ୱସ୍ତି

ଓ ଦୃଢ଼ ଅଧିକାରରେ

ଏ ବନ୍ଧନର ସମ୍ପୂର୍ଣ ସମ୍ମତି

ଜୀବନର ଅବିଛିନ୍ନ ଅଙ୍ଗ ଏ ମଧୁର ସମ୍ପର୍କ

ଭାଇ ଭଉଣୀର ଏହି ସିନା ଏକ ମାତ୍ର ବିଶୁଦ୍ଧ ସମ୍ପତି।


ଆଶା ଭରସାର

ଏକ ଶକ୍ତ ଡୋରୀଟିଏ

ଓ ପ୍ରୀତି ବରଷାର

ସଦା ପୂର୍ଣ୍ଣ ସ୍ରୋତସ୍ୱିନୀଟିଏ

ଉଦାସ ମୁଖରେ ଯିଏ ସବୁବେଳେ ହସ ଭରିଦିଏ

ଦୁଃଖରେ ଶୋକରେ ସ୍ନେହ ବୋଳା ମୃଦୁ ଆଶ୍ୱାସନାଟିଏ। 


ଝଡ଼ ବତାସରେ

ଛିଡେନା ସେ ଡୋରୀ

ସାନ କିମ୍ବା ବଡ଼ ଭଉଣୀର

ଏ ଏକ ସୁରକ୍ଷା ପାଚିରୀ 

ଅତି ଦୁର୍ମୂଲ୍ୟ ସେ ଭାବ ବିହ୍ଵଳ ପରାଣେ

ଭରି ଦିଏ ପୂର୍ଣ୍ଣ ସୁଖ ଶାନ୍ତିର ଆଞ୍ଜୁଳି। 


ନଲାଗୁ କେବେ କଳଙ୍କ 

ନଛିଡୁ ଏ ରକ୍ଷା ସୂତ୍ର

ଛିଡ଼ି ଯାଉ ଯେତେ ସବୁ ଅଙ୍କ

ଚମକୁ ଏ ଭାବମୟ ଚିତ୍ର

ମଧୁରତାର ଏମିତି ଏ ଏକ ସ୍ଵଛ ଦ୍ରବଣରେ

ଫୁଟି ଉଠୁ ସମ୍ପର୍କର ନିର୍ମଳ ଚରିତ୍ର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract