STORYMIRROR

Jagannath Das

Abstract

4  

Jagannath Das

Abstract

ସ୍ମୃତି

ସ୍ମୃତି

1 min
316


ଅତୀତର ପିଲାଦିନ ର

ମଧୁର ସ୍ମୃତି

ପୁଣି

ତିକ୍ତ ଅନୁଭୂତି

ସମସ୍ତ ଜୀବନ ର

ଅଲିଭା ଦାଗ

ଉଙ୍କି ମାରି ମଉଳି ଯାଏ

ଚିତ୍ତ ଗହନେ

ଖେଳି ସାଥେ ସାଥେ

ହସ କାନ୍ଦର ଲୁଚକାଳି ମେଳେ

ମୋ ଓଷ୍ଠ ଉପରେ....l


ସେ ସ୍ମୃତି ଶତ କୌତୁହଳ

ଆବେଗ ବେଦନା ପୂର୍ଣ୍ଣ

ଯା କୋଳେ ଜନ୍ମ ନେଇଛି

ସ୍ପଷ୍ଟ ଅଭିଜ୍ଞତା,

ମୋ ଲକ୍ଷ ର

ନିର୍ଭୁଲ ଜାଗରଣ

ଆଉ କର୍ମ ପଥର

ଉଜ୍ଜ୍ୱଳ ରଶ୍ମି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract