STORYMIRROR

banaja nandini mishra

Inspirational

3  

banaja nandini mishra

Inspirational

ପଖାଳ

ପଖାଳ

1 min
916

ମାଟି ହାଣ୍ଡି ଭାତ, ନିଆରା ଯା ସ୍ୱାଦ,

ପୁଣି ମାଟି ହାଣ୍ଡିର ପଖାଳ

ଧୀରେ ଧୀରେ ଯାହା ଲୋପ ପାଇ ଯାଇ

ବଦଳି ଯାଇଛି ବେଳ ।


ଟିକେ ବଡିଚୁରା, ଆମ୍ବୁଲ ର ଖଟା

ଚେନାଏ ପିଆଜ, ଆଳୁର ଚକଟା

ପୋଡା ବାଇଗଣ ଭର୍ତ୍ତା, ଶାଗର ଖରଡ଼ା

ସାଥେ ଯଦି ଥିବ ପଖାଳର କଂସା

ଆଉ ସବୁ ତୁଚ୍ଛ,ପୁଲକିତ ହୁଏ ଶୁଖିଲା ହଂସ ଟା ।


ଖାଲି ଦିବସ ପାଳିଲେ, ଲାଭ କିଛି ନାହିଁ

ପୁରୁଣାକୁ ସଦା ମନେ ରଖ

ପୁରୁଣା ଦିନକୁ ଫେରି ଆସି ପୁଣି

ସେହି ପଖାଳ ର ସ୍ୱାଦ ଚାଖ ।


Rate this content
Log in

Similar oriya poem from Inspirational