ପଖାଳ,,,,,,,,,,,
ପଖାଳ,,,,,,,,,,,
,
ପଖାଳ ରେ ଓଡ଼ିଆ ଙ୍କ
ପାହେ ଶୁଦ୍ଧ ପୂତ ସକାଳ
ସକାଳୁ ଗାଧୋଇ ପାଧୋଇ
ପ୍ରକୃତିର ଆହାର ସ୍ଵରୂପ
ମେଣ୍ଟାଇ ଦିଏ ଭୋକ
ଭାତରେ ତୋରାଣି ର
ମିଶ୍ରଣ କରି ପ୍ରସ୍ତୁତ ହୁଏ
ସ୍ବାଦିଷ୍ଟ ପଖାଳ
ତା ଦେହେରେ ଯୋଡା
ହୋଇ ଥାଏ ଦହିର ମିଶ୍ରଣ
ସହ ସୋରିଷ ଜିରା ଶୁଖିଲା
ଲଙ୍କା ର ଛୁଙ୍କ ତାସହ
ଭଜା ବଡି ର ସଂଯୋଗ
ବାନ୍ଧି ଦିଏ ସମାବେଶ
ପାଟିରୁ ବୁହାଏ ଲାଳ
ତା ସହିତ କଖାରୁ ଫୁଲର
ଭଜା ମାଛ ଭଜା ଶାଗ
କାକୁଡି ର ସାଲାଡ
ପଖାଳ ଖିଆରେ ଭରି
ଦିଏ ସରସ
ପଖାଳ ଖିଆର ପ୍ରତି
ଗୁଣ୍ଡା ତା ସହ ତୋରାଣି ର
ଢୋକ ଭରି ଦିଏ ଉଦରେ
ଥଣ୍ଡା ଶାନ୍ତି ର ପ୍ରଲେପ
ତନୁମନ ହୋଇ ଉଠେ
ପରିତୃପ୍ତ
ପଖାଳ ବିନା ବଞିବା
କଷ୍ଟ ହୁଏ
ପଖାଳ ପୁରପଲ୍ଲୀରେ
ସଭିଙ୍କ ଶରୀରେ ଭରି
ଦିଏ ପୁଲକ
