ପିତାର କର୍ତ୍ତବ୍ୟ
ପିତାର କର୍ତ୍ତବ୍ୟ
ପିତାର କର୍ତ୍ତବ୍ୟ ଅତୀବ ମହତ୍ୱ
ପରିବାରର ସେ ମେରୁଦଣ୍ଡ ବତ |
ପିତାଙ୍କ ଆୟରେ ଚଳେ ପରିବାର
ପିତା ଜଗତରେ ଶ୍ରେଷ୍ଠ ପାରିବାର |
ବିଶାଳ ହୃଦୟ ବିଶାଳ ବିଚାର
ସତ୍ୟ ଧୈର୍ଯ୍ୟ ଧୀର ସରଳ ଉଦାର |
ଉପରକୁ ଟାଣ ଭିତରେ କୋମଳ
ସନ୍ତାନ ସେନେହୀ ଅତିଥି ବତ୍ସଳ |
ସମସ୍ତଙ୍କୁ ସମ ଭାବରେ ଦେଖନ୍ତି
ଯେଝା ଆବଶ୍ୟକ ଯୋଗାଇ ଦିଅନ୍ତି |
ଜେଜେ ଜେଜମାଙ୍କ ସେବା କରିଥାନ୍ତି
ଅସୁସ୍ଥ ହୋଇଲେ ଡାକ୍ତର ଦେଖାନ୍ତି |
ପାଠ ପଢ଼ା ପାଇଁ ପୁଅ ଝିଅଙ୍କର
ଯାହା ଯାହା ଲୋଡ଼ା ଖଞ୍ଜନ୍ତି ସତ୍ୱର |
ଦିନ ସାରା କରୁଥାନ୍ତି ବିଲ କାମ
ନଥାଏ ଭୋଜନ ନଥାଏ ବିରାମ |
ଶିରାଳ ଦେହରେ କୋଟି ସିଂହବଳ
ସବୁକାମେ ସିଏ ଦକ୍ଷ ଧୂରନ୍ଧର |
ଘର କାମ ସିନା ମା କରୁଥାଇ
ସଂସାରଟା ବାପା ଥାଆନ୍ତି ମୁଣ୍ଡାଇ |
ବାନ୍ଧବ ସୋଦର ଗ୍ରାମବାସୀଙ୍କର
ଏକାନ୍ତ ଭରସା ବାପାଙ୍କ ଉପର |
ବାପା ଆମ ପିଠି ସହେ ଅରଦଳି
ବାପା ଥିଲେ ଘରେ ହୁଏ ନାହିଁ କଳି |
ପିତାଙ୍କ ତ୍ୟାଗର ନାହିଁ ପଟାନ୍ତର
ପିଇ ଚାଲିଥାନ୍ତି ଦୁଃଖର ଜହର |
ନିଜେ ଜଳି ଜଳି ସନ୍ତାନଙ୍କ ପାଇଁ
ଖଣ୍ଡିଏ ଲୁଗାରେ ନିଅନ୍ତି ଚଳାଇ |
ନିଜେ ଖଟି ଖଟି ପେଟୁ କାଟି କୁଟି
ପଢ଼ାନ୍ତି ପିଲାଙ୍କୁ ଦେଇ ଶୁଭ ଦୃଷ୍ଟି |
ବାପ ଥିଲା ପୁଅ ସଭାରେ ହାରେନା
ପୁଅ ପାଇଁ କେତେ କରେ କରେ କଳପନା |
ପ୍ରତ୍ୟେକ ପିତା ତ ପୁତ୍ରର ଆଦର୍ଶ
ପିତୃ ସେବା କରି ଅରଜିବା ଯଶ |
