ପିତାଙ୍କ ଶିକ୍ଷା
ପିତାଙ୍କ ଶିକ୍ଷା
ସନ୍ତାନ ନିମନ୍ତେ ପିତାର ଭୂମିକା
କହି ହୁଏନାହିଁ କଥାରେ
ସରବେ ଜାଣନ୍ତି ପିତାଙ୍କ ମହତ୍ତ୍ୱ
ସବୁରି ଜୀବନ ପଥରେ ॥
ପିତାଙ୍କର ଦାନ ସନ୍ତାନ ପାଇଁକି
ସଦା ସଦା ଅତୁଳନୀୟ
ଯେତେ ସୁଝିଲେ ବି ସୁଝି ହୁଏନାହିଁ
ରହିଥାଏ ଅପୂରଣୀୟ ॥
ପିତାଙ୍କ ଠାରୁ ମୁଁ ପାଇଛି ସଂସ୍କାର
ହେବା ପାଇଁ ଭଲ ମଣିଷ
ଜୀବନେ ମୁଁ ତାହା ଉପଯୋଗ କରି
ଲଭିଅଛି ଆତ୍ମବିଶ୍ୱାସ ॥
ଦିନେ ଥିଲି ପୁତ୍ର ଆଜି ମୁହିଁ ପିତା
ପାଳିଛି ପିତାର ଧରମ
ମୋ ପିତାଙ୍କ ଶିକ୍ଷା ଦେଇଅଛି ଦୀକ୍ଷା
କରିବାକୁ ଉଚିତ କର୍ମ ॥
କିଶୋରେ ବୟେସେ ହରାଇଲି ପିତା
ଜାଣେ ସେ ତିକ୍ତ ଅନୁଭବ
ସେଥିପାଇଁ ମୋ ପିଲାଙ୍କୁ ଦେଇନାହିଁ
କେବେ ବି ପିତାର ଅଭାବ ॥
