STORYMIRROR

PURNA CHANDRA PANDA Purna

Action Classics Others

3  

PURNA CHANDRA PANDA Purna

Action Classics Others

ପିତା

ପିତା

2 mins
138

ଗୁଜ୍ଜରୀ ବା ଭାଗବତ ବାଣୀ (ନବକ୍ଷରୀ ଛନ୍ଦ )

ଦୁଇ ପାଦରେ ଏକ ପଦ ହୋଇଥାଏ l

ଉଦାହରଣ :-

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ,

ପଦୁ   ଗଳୁଛି  ମକରନ୍ଦ ll


ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା... ୯


ପ୍ରତି ପାଦର:-... ତିନି... ୩,ପଞ୍ଚମ...୫ ଓ ଶେଷ ଅକ୍ଷର ଉପରେ ଯତିପାତ ହୋଇଥାଏ l


ଅନ୍ତ୍ୟ ବର୍ଣ୍ଣ ବା ଶେଷ ଅକ୍ଷର ସମାନ ରହିବା ନିହାତି ଦରକାର l

ଉଦାହରଣ :-

ସେ ମକରନ୍ଦ ପାନ କ........ ରି,

ହେଳେ ତରିଲେ ବ୍ରଜ ନା......ରୀ ll


ମୁଁ ଆଜି ଏହି ଛନ୍ଦ ବୋଧ କବିତା "ସୂର୍ଯ୍ୟୋଦୟ ସମୟରେ "

 ପ୍ରଥମ ଲେଖୁଛି l


ପିତାଙ୍କୁ ନମଣିବ ନର,

ପିତାହିଁ ସାକ୍ଷାତ ଈଶ୍ୱର ll

ବ୍ରହ୍ମା, ବିଷ୍ଣୁ ଓ ଶିବ ପୁଣି,

ପିତାଠୁ ନିଉନ ଯେ ଜାଣି ll

ଚୂଳ ଧରିଣ ନନ୍ଦ ଛାଟେ,,

କଳା କହ୍ନେଇ ଗାତ୍ରେ ପିଟେ ll

ଏଇତ ଅଟଇ ପ୍ରମାଣ,,

ଭାବିବ ଏହୁ ପିତା ପଣ ll

ଶେଷ ଜୀବନ ନନ୍ଦଙ୍କର,,

କଟିଲା ଦ୍ୱାରିକା ନବର ll

ପିତାଙ୍କ ବ୍ୟଥା ବିଶ୍ୱ ପିତା,,

ବୁଝି କରିଲେ ଏ ବ୍ୟବସ୍ଥା ll

ପିତା ଯେ ଆମ ପରିଚୟ,

ଦେଖାଇ ଛନ୍ତି ଭବ ମୟ ll

ଶୋଣିତେ ଆମ୍ଭ ଶରୀରରେ ,,

ପିତାଙ୍କ ଠାରୁ ଆସି ଧାରେ ll

ଅସ୍ବୀକାର କେ ଏଇ ଭବେ,,

କରିବ ତାର ବିଦ୍ୟା ଗର୍ବେ ll

ବାପା ଅଟନ୍ତି ସୂର୍ଯ୍ୟ ସମ,,

ଶକ୍ତି ଭରନ୍ତି ଅଙ୍ଗେ ଆମ ll

ବାପା କର୍ମରେ ଅର୍ଜି ଯଶ,,

ଅଜାଡ଼ି ଦିଅନ୍ତି ଅବଶ୍ୟ ll

ସନ୍ତାନ ସନ୍ତତି ପାଇଁକି,,

ଜୀବନେ ଥାଆନ୍ତି ଧାଇଁକି ll

ପୁତ୍ର ସ୍ନେହଁରେ ବାଇ ହୋଇ,,

ଦ୍ରୋଣ ଅପାତ୍ରେ ଶକ୍ତି ଦେଇ ll

ଗାନ୍ଧାରୀ ଆଉ ଧୃତରାଷ୍ଟ୍ର,,

ସନ୍ତାନ ସ୍ନେହଁ ଜ୍ଞାନ ଭ୍ରଷ୍ଟ ll

ପିତାଙ୍କ ଅପମାନ ପୁତ୍ର

ନସହି ଶାପ ପରୀକ୍ଷିତ ll

ବ୍ରାହ୍ମଣ ପୁତ୍ର ଦେଇଥିଲା

ତକ୍ଷକ ପାଣ୍ଡବ ଦଂଶିଲା ll

ତେଣୁ ପିତା ଯେ ଅଟେ ଧର୍ମ,

ସ୍ବର୍ଗଠୁ ଗରୀୟାନ ଆମ ll

ପିତା ପରମ ତପ ଜାଣ,,

ପ୍ରସନ୍ନ ସର୍ବ ଦେବଗଣ ll

ଜରା ଶ୍ରମରେ ନ ରଖିବ,,

ଅନ୍ତ କାଳରେ ପାଖେଥିବ ll

ବାପାଙ୍କ ଅଛି ଯେତେ ଇଚ୍ଛା

କରିବ ପୂର୍ଣ ତାଙ୍କ ବାଞ୍ଛା ll

ଶେଷ ସମୟେ ପୁତ୍ର ଛଡ଼ା

ବାପାଙ୍କ ନାହିଁ ଅନ୍ୟ ଲୋଡ଼ା ll

ପ୍ରତୀକ୍ଷଣରେ ପୁତ୍ର ଲୋଡ଼େ

ପିତାର ପୁତ୍ର ମନେ ପଡ଼େ ll

ଜୀବନେ ସମସ୍ତ ସମ୍ପଦ

ସନ୍ତାନ ନେଇ ଦୃଢ଼ବଦ୍ଧ ll

ପେଟରୁ ନିଅଣ୍ଟ ସେ କରି

ସନ୍ତାନ ସୁଖେ ଥାନ୍ତି ଧରି ll

ଝାଞ୍ଜି ବରଷା ଶୀତ ଯେତେ

ବଂଶ ଭବିଷ୍ୟ ନେଇ ତିନ୍ତେ ll

ପିତାଙ୍କ ଏକ କ୍ଷଣ ଋଣ,,

ନ ପାରେ ଶୁଝି ଶତ ଜନ୍ମ ll

ପିତାଙ୍କୁ ଅବହେଳା ଯlର,,

ପଡଇ ରୌରବ ନର୍କର ll

ଯେପୁତ୍ର ଅଟେ ପିତା କାମୀ,,

ପାଖେ ରଖନ୍ତି ଅନ୍ତର୍ଯ୍ୟାମୀ ll

ଶେଷ ସମୟେ ସେ ସନ୍ତାନ

ବୈକୁଣ୍ଠ ଧାମେ ପାଏ ସ୍ଥାନ ll

ପିତାଙ୍କୁ ଭକ୍ତି କରୁଥିବ

ବାର୍ଦ୍ଧକ୍ୟ ବେଳେ ସାହା ହେବ ll

ପୁତ୍ର ପାଇବ ସତ ସତ

ପିତା ଜଣେ ନପାଇବତ ll

ପ୍ରଭାତୁ ଉଠି ଯେଉଁ ଜନ,,

ପିତାଙ୍କୁ କରଇ ପ୍ରଣାମ ll

ସେ ଚତୁର୍ବଗ ଫଳ ପାଏ,,

ସୁଖି ହୁଅଇ ଅନ୍ତ ଯାଏଁ ll

ପିତାଙ୍କ ମନ ଜାଣି ଯିଏ

ଆପଣା କର୍ମ କରୁଥାଏ ll

ଉତ୍ତମ ପୁତ୍ର ତାକୁ କହି,,

ଅଛନ୍ତି ଜଗନ୍ନାଥ ଭାଇ ll

ଏତିକି କହିଲି ସୁଜନେ

ନୁହଇଁ କ୍ଷମାର ଭାଜନେ ll


ପାଣ୍ଡବ... ଶବ୍ଦ ଏଠି ପରୀକ୍ଷିତଙ୍କୁ ବୁଝାଇବ କାରଣ ପଣ୍ଡୁଙ୍କ ବଂଶଧର ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action