STORYMIRROR

Subhashree Acharya

Children

3  

Subhashree Acharya

Children

ପିତା ମାତା

ପିତା ମାତା

1 min
441

କିଛି ଡାକ ଥାଏ ଅତି ଆପଣାର

                 ସେ ଡାକ ଅଟଇ "ବାପା",

କେବେ ଲାଗେ ସିଏ ଅଦିନିଆ ବର୍ଷା

                 କେବେ ପୁଣି ଦେବୀ କୃପା ।(୦)


ସବୁଠୁ ମାଧୁର ଡାକଟି ତୋହର

                  ପରଶ ଚନ୍ଦନ ବିନ୍ଦୁ,

କାନି ପଣତର ସୀମ ମହତ 

                 ସ୍ନେହ ସପତ ସିନ୍ଦୂର ।(୧)


ମାଆ ସିନା ଦିଏ ମମତାର ଛାଇ

                 ବାପା ଯେ ଲାଗନ୍ତି ଶକ୍ତ,

ସେ ଶକ୍ତପଣ, ବହୁ ବଦ୍ ଗୁଣକୁ 

                 ଆମ କରିଦିଏ ସତେ ଲୁପ୍ତ ।(୨)


ମାଆଠୁ ଶିିିଖଇ ଜୀବନ ଶୈଳୀ

                 ବାପାଠୁ ଜୀବନ ମନ୍ତ୍ର,

ସେ ମନ୍ତ୍ର ଆମକୁ ବଞ୍ଚିବା ଶିିିଖାଏ

                 ଜୀବନେ ପଡ଼ିଲେ ବଜ୍ର ।(୩)


ଝୁଣ୍ଟିି ମୁୁଁ ପଡ଼ିଲେ, ମାଆ ତୋଲିନିଏ 

                 ବାପା ଯେ ଉଠାନ୍ତି ନାହିଁ,

ଉଠାନ୍ତିନି ସିଏ, ଏଇଥି ପାଇଁ କି

                 ଚାଲି ଯେ ଶିିିିିିଖିବି ମୁହିଁ ।(୪)


ବାପା ଯେ କହନ୍ତି ଉଠାନିି, ଗଡାନି

                ଜୀବନେ କେେତେ ଆସିବ ,

ଆଜିଠାରୁ ସିିିଏ ନିଜେ ନ ଉଠିଲେ

                କେମିତି ବିିିିଜୟୀ ହେବା।(୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children