STORYMIRROR

Subhashree Acharya

Inspirational Children

3  

Subhashree Acharya

Inspirational Children

ମାଆ ପାଇଁ ପଦେ

ମାଆ ପାଇଁ ପଦେ

1 min
364

ଆଜି ଏତେ ଦୂରେ ତୋ କଥା ଭାବିଲେ

  ଆଖି କୋଣେ ଲୁହ ଜମେ

ସବୁବେଳେ ତୋର ପଣତ କାନିର

  ଆଢ଼ୁଆଳ ମନେ ପଡ଼େ ।


ତୋ ପଣତ କାନି ଶ୍ରମ ଝାଳ ଠାରୁ

    ଆଖି ଲୁହ ଯାଏ

   ସବୁ କିଛି ପୋଛି ନିଏ

ତୋର ମିଠା ମିଠା ପଦିଏ କଥାରେ

   ସବୁ ଦୁଃଖ ଭୁଲି ଯାଏ ।


 ଏକା ରହି ଏଠି ଦରସିଝା ଭଜା  

   ଅଧା ଜଳା ରୁଟି ଖାଏ

ଭାବୁଛି ତୋ କଥା ତୋର ପାଖେ ଥିଲେ

   କେତେ ଅଝଟିଆ ମୁଁ ହୁଏ ।


ଜାଣିଛି ମାଆଲୋ ତୁ ମୋର ବିନା

   ହସିବା ଯାଇଛୁ ଭୁଲି

ସଂସାର ଜଞ୍ଜାଳ ଜାଲେ ଛନ୍ଦି ହୋଇ

   କିନ୍ତୁ ମୁଁ ପାରୁନି ଭୁଲି ।


ନହେଲେ ଦଉଡି ଆସନ୍ତି ତୋ ପାଖେେ

  ଦେବାକୁ ତୋ ମୁଖେ ହସ

ପାଇବାକୁ ତୋର ଦିବ୍ୟ ଦରଶନ

  ପାଇବାକୁ ତୋର ଶୁଭ ଆଶିଷ ।



Rate this content
Log in

Similar oriya poem from Inspirational