ଟିକି ଫୁଲଟିଏ କର
ଟିକି ଫୁଲଟିଏ କର
1 min
307
ଟିକି ଫୁଲଟିଏ କର ମହାପ୍ରଭୁ
ଫୁଲଟିଏ ମୋତେ କର ।
ଗଳରେ ତୁମର ଝୁଲିବି ପ୍ରଭୁ ହେ
ହୋଇ ଟିକି ଫୁଲ ହାର ।
ଟିକି ତାରାଟିଏ କର ମହାପ୍ରଭୁ
ଟିକି ତାରାଟିଏ କର ।
ସରଗ ରାଇଜୁ ଦେଖୁଥିବି ବସି
ଶ୍ରୀମୁଖ ଚାନ୍ଦ ତୁମର ।
ଟିକି ଶାରୀଟିଏ କର ମହାପ୍ରଭୁ
ଟିକି ଶାରୀଟିଏ କର ।
ଦିନ ରାତି ବସି ଗାଉଥିବି ତୁମ
ନାମ ଶଙ୍ଖ ଚକ୍ର ଧର ।
ଟିକି ପିଲାଟିଏ ମୁହିଁ ମହାପ୍ରଭୁ
ଦିଅ ମୋତେ ବୁଦ୍ଧି ବଳ ।
ଦେଶ ପାଇଁ ସଦା ଭଲ କାମ କରି
ଜୀବନ ଯାଉ ମୋହର ।
