STORYMIRROR

Bauribandhu Lenka

Inspirational

5.0  

Bauribandhu Lenka

Inspirational

ପିତା ହିଁ ମହାନ

ପିତା ହିଁ ମହାନ

1 min
13.9K


ପିତା ମାତା ଆଉ ସନ୍ତାନ ସନ୍ତତି

ବନ୍ଧା ପରିବାର ଡୋରେ

ସେ ବନ୍ଧନ ପରା ରକ୍ତର ବନ୍ଧନ

ଛିଣ୍ଡେ ନାହିଁ ସହଜରେ॥୧॥

ପରିବାର ମୁଖ୍ୟ ଅଟନ୍ତି ଯେ ପିତା

ସମସ୍ତ ଦାୟିତ୍ୱ ମୁଣ୍ଡେ

ନିଜେ ଅନାହାରେ ରହି ଦେଇଥାନ୍ତି

ଦାନା ପିଲାଙ୍କର ତୁଣ୍ଡେ॥୨॥

ମୋ ଦେଶ ସଂସ୍କୃତି କହେ ପିତା ସ୍ୱର୍ଗ

ପିତା ଧର୍ମ ପିତା ତପ

ପିତା ପ୍ରତି ଶ୍ରଦ୍ଧା ରହିଲେ ସନ୍ତୁଷ୍ଟ

ହୋଇଥାନ୍ତି ସର୍ବ ଦେବ॥୩॥

ପିତା ଅଭିମାନ ପିତା ସ୍ୱାଭିମାନ

ପିତା ଆକାଶ ଭୂ-ଲୋକ

ମାଆ ସିନା ଜନ୍ମଦାତ୍ରୀ ହେଲେ ପିତା

ପରିଚୟର ସନ୍ତକ॥୪॥

କେବେ ଘୋଡା ହୋଇ ପିଠିରେ ବସାଇ

ପିଲାଙ୍କ ସଙ୍ଗେ ଖେଳନ୍ତି

କେବେ ସେ କାନ୍ଧେଇ ମେଳାରେ ବୁଲାଇ

ପିଲାଙ୍କୁ ଖୁସୀ ଦିଅନ୍ତି॥୫॥

ମାଆ ସିନା ହାତ ଧରିଣ ଶିଖାଏ

ଚାଲିବାକୁ ଭୂଇଁ ପରେ

ହେଲେ ପିତା ଶିକ୍ଷା ଦେଇଥାନ୍ତି

ଚାଲିବାକୁ ଜୀବନ ପଥରେ॥୬॥

କେବେ ହର୍ଷୋଲ୍ଲାସ ଆନନ୍ଦ ଆସର

କେବେ ଯେ ଅନୁଶାସନ

କେବେ ମୌନବ୍ରତ କରନ୍ତି ଧାରଣ

କେବେ ନୀତି ପ୍ରବଚନ॥୭॥

ପିଲାଙ୍କର ସ୍ୱପ୍ନ କରିବାକୁ ପୂର୍ଣ୍ଣ

ଥାଆନ୍ତି ସଦା ଉଦ୍-ବିଗ୍ନ

ସହନ୍ତି ସେ କ୍ଳେଶ ନକରି ପ୍ରକାଶ

ଏହା ତାଙ୍କ ବଡପଣ॥୮॥

ସାରା ବିଶ୍ୱ ତାଙ୍କ ପାଇଁ ପାଳୁଅଛି

ମାତ୍ର ଗୋଟିଏ ଦିବସ

ହେଲେ ମୋ ସଂସ୍କୃତି ପିତା ସହ ବନ୍ଧା

ପ୍ରତିଦିନ ମାସ ବର୍ଷ॥୯॥

******.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational