STORYMIRROR

Nrusingha Narayan Tripathy

Inspirational Children

3  

Nrusingha Narayan Tripathy

Inspirational Children

ପଇସା ପ୍ରେମ

ପଇସା ପ୍ରେମ

1 min
181


ଦିନ ଥିଲା ପୂର୍ବେ ଭାବରେ ମଣିଷ

ସଭିଏଁ ମିଶିକି ଥିଲେ

ସ୍ନେହ ଶ୍ରଦ୍ଧା ପ୍ରେମ ଖୁସି ରେ ମାନବ

ପରିବାରେ ରହୁଥିଲେ ll


ପରସ୍ପର ସ୍ନେହ ଥିଲା ନିରନ୍ତର

ଅର୍ଥ ର ନଥିଲା ଚିନ୍ତା

ସମୟ ସମସ୍ତେ ଦିଅନ୍ତି ଅନ୍ତରେ

ମନରେ ନଥାଏ ବ୍ୟଥା ll


ବିଦ୍ୱାନ ସଂସାରେ ଲଭଇ ସମ୍ମାନ

ଧନରେ ନଥିଲା ମନ

ସତ୍ୟ ଧର୍ମ ନ୍ୟାୟ ସାଥିରେ ମାନବ

କାଟୁଥିଲା ସାରାଦିନ ll


ସମୟ କ୍ରମରେ ବଦଳି ଗଲାଣି

ସମାଜର ଚିନ୍ତାଧାରା

ଧନୀ ବ୍ୟକ୍ତି ଏଠି ପାଏ ସବୁକିଛି

ଗରିବଟି ସର୍ବହରା ll


ପ୍ରତ୍ୟେକ ଦ୍ରବ୍ୟର ମାନକ ପରୀକ୍ଷା

ପଇସାରେ ତୁଳାଯାଏ

ପଇସା ବ୍ୟକ୍ତିତ ସଂସାରେ ମୁଖିଆ

ସମ୍ମାନ ସବୁଠି ପାଏ ll


ବ୍ୟକ୍ତିଯେ ଧାବିତ ପଇସା ଚିନ୍ତାରେ

ସମୟ ନଥାଏ ତାର

କାୟ ମନ ବାକ୍ୟେ ରୋଜଗାର କରେ

ଧନ ସବୁ ସଂପର୍କର ll


ଧନ ପାଇଁ ବ୍ୟକ୍ତି ଵୃଦ୍ଧାଶ୍ରମେ ରଖେ

ବାପ ମାଆ ଙ୍କୁ ନିଜର

ପିଲାମାନେ ସବୁ ବୋଡିଙ୍ଗ ରେ ରୁହେ

ନାଟକ ସବୁ ଧନର ll


ପଇସା ପ୍ରେମରେ ସଂପର୍କ ଛଳନା

ପ୍ରତି ଦ୍ରବ୍ୟେ ସ୍ୱାର୍ଥ ଦେଖେ

ପଇସା ପଛରେ ଗୋଡ଼ାଇ ଗୋଡ଼ାଇ

ମୂଲ୍ୟବୋଧ ସ୍ରୋତ ଶୁଖେ ll


ସେବାର ମୁଲ୍ୟ କୁ ଟଙ୍କାରେ ହିସାବ

ଉତ୍କର୍ଷତା ମସ୍ତିଷ୍କର

ଶିକ୍ଷା ସ୍ୱାସ୍ଥ୍ୟ ସେବା ନାମରେ ଶୋଷଣ

ବିକୃତତା ସମାଜର ll


ଅର୍ଥନୀତି ଏବେ ସୁଦୃଢ ହୋଇଛି

ଟଙ୍କା ଉଡୁଛି ଗଗନେ

ଅର୍ଥ ରୋଜଗାରେ ପ୍ରାଧାନ୍ୟ ଦେଉଛି

ସଂଚୟ କରନ୍ତି ଜନେ ll


ଶିଳ୍ପର ଉନ୍ନତି ଟେକ୍ନୋଲୋଜି ଯୋଗୁ

କାରବାର ସବୁ ବଢେ

ଅର୍ଥ ର ନିଶାରେ ପ୍ରୟାସ କରିକି

ପଇସା ଗୋଦାମ ଗଢେ ll


ଜୀବନ କ୍ଷଣିକ ଅଟେ ମୂଲ୍ୟବାନ

ମାନବତା ଶ୍ରେଷ୍ଠଗୁଣ

ପଇସା ନୁହଁଇ ଲକ୍ଷ୍ୟ ଜୀବନର

ସେବା ଧର୍ମେ ଦିଅ ମନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational