STORYMIRROR

MADHU MITA

Abstract

3  

MADHU MITA

Abstract

ପିମ୍ପୁଡ଼ି ବିଜୟ

ପିମ୍ପୁଡ଼ି ବିଜୟ

1 min
11.5K

ପିମ୍ପୁଡ଼ି ବିଜୟ...

....................

ସଭିଙ୍କ ମେଳରେ..

ଖରା ବର୍ଷା ସହି..

ଖାଦ୍ୟ ଯେ ଯୋଗାଡୁ ଥାଏ..


ପରିଜନ ବିନା...

ଏକଲା ପଣ କୁ..

ସବୁବେଳେ ଡରୁ ଥାଏ...


ମିଷ୍ଟାନେ ବିପଦ...

ଜାଣି ବି ତା ପାଇଁ..

ନିରନ୍ତର ଧାଇଁ ଯାଏ..


ଯେତେ ବଳଶାଳୀ..

ତା ଚୋଟ ଆଗରେ..

ଛାର ପରି ଲାଗି ଥାଏ...


ବିନାଶ କାଳରେ..

ପଙ୍ଖ ଲାଗି ଯାଏ..

ସେଥିରେ ଯେ ଖୁସି ହୁଏ..


କ୍ଷୁଦ୍ର ହୋଇ ମଧ୍ୟ..

ଶିଖାଇ ଯାଏ ସେ..

ଜୀବନ ବାରତା ଟିଏ..


କ୍ଷଣିକେ ବିଲୟ..

ନିର୍ଭୟେ ବିଜୟ..

ଏ ଶିକ୍ଷା ଶିଖାଇ ଯାଏ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract