STORYMIRROR

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ପିଲାଟି କଅଣ ଭୁଲ୍ କଲା

ପିଲାଟି କଅଣ ଭୁଲ୍ କଲା

1 min
124


ପ୍ରଦୂଷଣ ବଢ଼ି ଚାଲିଛି,

ପ୍ରଚାର, ମୋ ଶାସନ ଆସିଛି,

ଆଛାଦିନ ଦେଖିବେ,

ପ୍ରଦୂଷଣ ମୁକ୍ତ ସମାଜ ପାଇବେ |


ଜଳୁଛି ଏଇ ବସୁଧା, 

ତଳୁ ଉପର ତାତି ହୁଏ

ବୃକ୍ଷର ଅଭାବେ ଚଳିବା ସମ୍ଭବ ନୂହେଁ |


ଶୁଣନ୍ତି ପିଲାମାନେ ଆମର,

ଭାଷଣ ବାକ୍ୟବୀର ମାନଙ୍କର,

କୁମ୍ଭୀର କାନ୍ଦଣା ନେତା ମାନଙ୍କର |


ମୁକ୍ତ ହେବ ପ୍ରଦୂଷଣର,

ନିର୍ମାଣ କରି କଙ୍କ୍ରିଟ ରାସ୍ତାର,

ବଢ଼ିବ ଅମ୍ଳଜାନ ସ୍ତର,

ଛେଦି ବିରାଟ ବିରାଟ ବୃକ୍ଷର |


ହ୍ରାସ ଶୂନ୍ୟ ହେଲାଣି ମୁଖେ ହସର।

ହ୍ରାସ ହୁଅଇ ଜଳସ୍ତର,

ଜଳ ନିମିତ୍ତ ହାହାକାର,

ଅନିୟମିତ ହୁଏ ଋତୁଚକ୍ରର


ପିଲାଟିଏ,

ସରଳ ଭାବରେ ଉତ୍ତର ଦିଏ,

2014 ପୂର୍ବରୁ,

କିଛି ହୋଇନି ଭାରତରେ,

ଯାହା କିଛି ହୋଇଛି

2014 ର ଶାସନ ଆସିବା ପରେ,

ପ୍ରଶ୍ନ ହେଲା,

ଭାରତ କେବେ ସ୍ୱାଧୀନତା ପାଇଲା?

ଉତ୍ତର - 2014 ପରେ,

ଜାତିର ପିତା କିଏ?

ଉତ୍ତର- ନଥୁରାମ ଗୋଡେସ୍,

ପ୍ରଶ୍ନ- ସ୍ଵାଧୀନ ଭାରତର 

ପ୍ରଥମ ଆତଙ୍କବାଦୀ କିଏ?

ଉତ୍ତର- ନେହୁର୍,

ପ୍ରଶ୍ନ- ଭାରତ ଛାଡ ଆନ୍ଦୋଳନ 

କିଏ ଡାକରା ଦେଇଥିଲେ?

ଉତ୍ତର- ନରେନ୍ଦ୍ର ମୋଦି,

ପ୍ରଶ୍ନ: ସବୁଜ ବିପ୍ଳବ କେବେ ଆରମ୍ଭ ହେଲା?

ଉତ୍ତର - 2014 ରେ,

ପ୍ରଶ୍ନ- ଭାରତରେ ବିମାନ ସେବା କେବେ

ଆରମ୍ଭ ହେଲା?

ଉତ୍ତର - 2014 ପରେ,

ପ୍ରଶ୍ନ- ଭାରତରେ ଟ୍ରେନ୍ ସେବା  

କେବେ ଆରମ୍ଭ ହେଲା?

ଉତ୍ତର - 2014 ପରେ,

 ପ୍ରଶ୍ନ- ଭାରତରେ IIT, IIM, ISRO, 

AIIMS କେବେ ଗଠିତ ହେଲା?

 ଉତ୍ତର - 2014 ପରେ,

 ପ୍ରଶ୍ନ - ଭାରତର ସଶସ୍ତ୍ର ବାହିନୀ, CRPF, 

CISF, SRPF, ITBT ପରି ଶକ୍ତି 

ଗଠନ କେବେ ହେଲା?

ଉତ୍ତର - 2014 ପରେ,

ପ୍ରଶ୍ନ- ଭାରତରେ ଶିଳ୍ପ ବିପ୍ଳବ କେବେ ଆସିଲା?

ଉତ୍ତର - 2014 ପରେ ।

ପ୍ରଶ୍ନ- ଭାରତରେ ପ୍ରଥମ କମ୍ପ୍ୟୁଟର କେବେ ଆସିଲା?

ଉତ୍ତର - 2014 ପରେ,

ତାହା ଶୁଣିଛି ରେଡିଓରେ,

ପାଇଛି ସମ୍ବାଦ ପତ୍ର ଗୁଡିକରେ,

ଦେଖିଛି ଟେଲିଭିଜନ ଯନ୍ତ୍ରରେ,

ଶୁଣିଛି ନିର୍ବାଚନ ସଭା ମାନଙ୍କରେ,

ଶୁଣିଛି ମତାନ୍ଧ ଧର୍ମାନ୍ଧ ପିତା ମାତା ମାନଙ୍କଠୁ.

ବହି ପଢ଼ା ପୋଥିଗତ ବିଦ୍ୟା ବୋଲି,

ସେ ଶିଖିଛି ଗୁରୁଜନ ମାନଙ୍କଠୁ,


ଯାହା ସେ ଶୁଣିଲା,

ଯାହା ସେ ଦେଖିଲା

ଯାହା ସେ ଅଂଗେ ନିଭାଇଲା

ସେ କଥାକୁ ସେ ବିଶ୍ୱାସ କଲା,

ଏ ସମସ୍ତେ ମିଛ କହୁଥିଲେ ବୋଲି,

ସେ ତ ଜାଣିନଥିଲା,

ଉତ୍ତର ଖାତାରେ ତାହା ସେ ଲେଖି ଦେଲା |


ମୋ ପ୍ରଶ୍ନ,

ସେଇ ପିଲା,

କଅଣ ଭୁଲ୍ କଲା ?


କହିଲେ କହିବେ କହୁଚି, 

ଭାରି ବିପ୍ଳବୀ ସାଜିଛି,

ନ କହିଲେ ଦେଶ ଭାସି ଯାଉଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational