Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4.0  

Jagannath Barik

Inspirational

ପିଲାମେଳେ ଗଲା ଦିନ

ପିଲାମେଳେ ଗଲା ଦିନ

1 min
412


ପ୍ରାଥମିକ ସ୍ତରେ କଲି ଶିକ୍ଷକତା

ପିଲାମେଳେ ଗଲା ଦିନ

ପିଲାଙ୍କର ସେହି ସରଳ ଅବୋଧ

ମୁଖ କରି ଦରଶନ |


ଆରେ ବାପା ଧନ ବାବୁ ସନାତନ

ନାରାୟଣ ଗୋବର୍ଦ୍ଧନ

ସୋନାଲି ମାମାଲି ଚିତ୍ରା ଚନ୍ଦ୍ରା ଡାକ

ମୋହି ନେଉଥିଲା ମନ |


ସ୍ୱଭାବରେ ପିଲା କୋମଳ ଚପଳ

ଚିତ୍ତ ତାଙ୍କ ଛନଛନ

ସାମାନ୍ୟ ପ୍ରଶଂସା କରିଲେ ତାହାଙ୍କୁ

ଅଦ୍ଭୁତ ପରିବର୍ତ୍ତନ |


ମୋ ପଢ଼ା ମାଧ୍ୟମ ଗଳପ କଥନ 

ସୁନ୍ଦର ମନୋରଞ୍ଜନ

ଶିକ୍ଷାଗ୍ରହଣର ପ୍ରସ୍ତୁତିକରଣେ 

କରିଥାଏ ନିୟୋଜନ |


ଦିନେ ମୁଁ ଶ୍ରେଣୀରେ ନଥିଲେ ପିଲାଙ୍କ

ବିଷର୍ଣ୍ଣ ଦିଶେ ବଦନ

ଖଣ୍ଡେ ଦୂରୁ ମୋର ସାଇକେଲ ଦେଖି

କରନ୍ତି ସର୍ବେ ଧାବନ |


ଚରଣ ପରଶି ଖୋଲା ହସ ହସି

ହୁଅନ୍ତି ସର୍ବେ ନମନ

ସାଇକେଲଟିକୁ ଗଡ଼ାଇ ନେବାକୁ

ବାଦ ହୁଏ ଉତପନ୍ନ |


ଶିକ୍ଷକ ଜୀବନେ ଏଇତ ସମ୍ପତ୍ତି

ଗର୍ବ ଗଉରବ ଧନ

ଯେତେ ଉଚେ ଥାନ୍ତୁ ଏବେ ବି ସେମାନେ

କରୁଛନ୍ତି ସମ୍ବର୍ଦ୍ଧନ |


ନାଚ ଖେଳ ଗୀତ ପ୍ରତିଯୋଗୀତାର

କରିଥାଏ ଆୟୋଜନ

ବିଭିନ୍ନ କ୍ଷେତ୍ରରେ ପ୍ରତିଭା ତାଙ୍କର

 ନିରୂପଣ ମୂଲ୍ୟାୟନ ।


ପ୍ରତ୍ୟେକ ପିଲାର ବଂଶ ଵିଵରଣ

ମୋ ମୁହଁରେ ବିଦ୍ୟମାନ

ବନ୍ଧୁ ଦାର୍ଶନିକ ତତ୍ତ୍ୱାବଧାରକ

ରୂପେ ପାଇଥାଏ ମାନ୍ୟ |


ପିଲାଙ୍କ ମେଳରେ ଭୋଜିଭାତ ପର୍ବ

ସବୁଠୁଁ ମନୋରଞ୍ଜନ

ଦର୍ଶନୀୟ ସ୍ଥାନ କରାଏ ଭ୍ରମଣ

କରେ ନାଟ୍ୟ ଆୟୋଜନ |


କେତେ ବଗୁଲିଆ ଚଗଲିଆ ପିଲା

ହୃଦୟ ପରିବର୍ତ୍ତନ

କରିଦେଇଅଛି ତାଙ୍କ ପିତାମାତା

ପାଇଁ ମୁଁ ଅବିସ୍ମରଣ |


ପିଲାଏ ହସିଲେ ଜଗତ ହସିବ

ପିଲା ମୋ ଜୀବନ ଧନ

ଅବସର ନେଇଥିଲେ ବି

ସମ୍ପର୍କ ରଖିଅଛି ଅବିଛିନ୍ନ |


Rate this content
Log in

Similar oriya poem from Inspirational