STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ପିଲାମାନେ

ପିଲାମାନେ

1 min
310


ପିଲାମାନେ ଆସ ଆସ

ତୁମେ ଭବିଷ୍ୟତ ହସ

ତୁମେ ବର୍ତ୍ତମାନ ପୀୟୁଷ

କଞ୍ଚାମାଟି ଦେବାଛାଟି ଆଶିଷ

ଶିଖାଇଛନ୍ତି ଚାଚା ନେହେରୁ

ଭଲପାଇ ପିଲାମାନଙ୍କୁ

ଶିଶୁ ହସିଲେ ଭରିଯିବ ମଧୁମାସ

ଆଜିର ଶିଶୁ ବୋଲାଏ ପିଲା

କାଲି ଗଢ଼ିବ ଭାଗ୍ୟର ସମୃଦ୍ଧ ଦେଶ

ପାଠ ପଢ଼ି ଦେବ ଗଢି ନୂଆ ବିଶ୍ଵ

ସତ୍ୟ ଧର୍ମ ପଥେ ବଡମଣିଷ

ପଞ୍ଚସଖା ଯେପରି

ଜବାହରଲାଲଙ୍କ ପରି

ବିଶ୍ଵରେ ଭରି ବିଶ୍ୱାସ

ନଥିବ ବା ବତାସ କି ଅଣଚାଷ

ଆଜିର ଶିଶୁ କାଲିର ଦେଶ ଭବିଷ୍ୟ 

ବୁଦ୍ଧିରେ ହୋଇ ପ୍ରଖର

ସତ୍ୟ ଅଂହିସା ବୀର

କହି ବଖାଣି ଗିର ମଧୁର

ପିଲାମାନେ ଆସ,ଆସିଛି ଶିଶୁ ଦିବସ

ଜବାହାରଲାଲ ନେହେରୁଙ୍କ ଜନ୍ମଦିବସ

ଭଲ ପାଉଥିଲେ ଦେଖିବାକୁ ଶିଶୁ ଓଠେ

ପଦ୍ମ ଫୁଲିଆ ହସ,ବାସ୍ନା ତାର ପ୍ରତିବର୍ଷ

ଭଲପାଇବାର ହସ ଖୁସି ପରଶ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract